ମାଆ ଠୁ ଭି ବଳିଗଲା
ମାଆ ଠୁ ଭି ବଳିଗଲା
ପ୍ରତ୍ୟେହ ବିକ୍ଷଣେ ଏକ ତରୁଣୀ ଯେ
ଭିକ୍ଷା ଆଶା ନେଇ ଆସେ ,,
ସ୍ୱଳ୍ପ କିଛି ଦାନା ସାଉଁଟିବା ପାଇଁ
ଗୃହ ମୁଖେ ଆସି ବସେ ।
ଆଖିଏ ଦରଦ ମନରେ ବିଷାଦ
କେତେ ସ୍ବପ୍ନ ମାନ ଥାଏ ,,
କି ଅଭିଳାଷି ସେ ଯେବେ ମୁଁ ପରକ୍ଷେ
ନିଷ୍ଫଳ ହେଇ ମୁଁ ଫେରେ ।
ସ୍ୱଳ୍ପ ଅର୍ଣ୍ଣ ନେଇ କ୍ଷୁଧା ଭର ଥିବା
କନିଷ୍ଠ ଭଗିନୀ ଭାଇ ,,
ଶାରଦ୍ଧାରେ ସେହି ଖୁଆଇ ଦିଅଇ
ମାତୃତ୍ଵ କର୍ତ୍ତବ୍ୟ ବହି ।
ସ୍ୱଳ୍ପ ସମ ନେଇ ଗୁପତେ ରୁହଇ
ତାଙ୍କୁ ମୁଁ ଦେଖିବା ପାଇଁ ,,
ସ୍ନେହ ଭରା ତାଙ୍କ ଅମିୟ ସମ୍ପର୍କ
ଦେଖି ଲୁହ ଗଲା ବୋହି ।
ପୁନଃ ସେ ତରୁଣୀ ଶ୍ରମିକ ସାଜିଣ
କର୍ମ କଠୋର ଆଦରି ,,
ବଡ଼ ସନ୍ତୋଷରେ କରିଗଲା ସେହି
ହୃଦୟେ ସାହସ ଭରି ।
ଯେଉଁ ଟଙ୍କା ମାନ ଦିନକେ ପାଇଲା
ହାସ୍ୟ ବଦନେ ଫେରିଲା ,,
ଆସି ବୋଇଲା ଯେ ଶୁଣ ମୋ ସେନେହି
କଷ୍ଟର ଦିନ ଯେ ସରିଲା ।
କାର୍ଯ୍ୟ କରି ନିତ୍ୟ ଆଣିବି ଯେ ଟଙ୍କା
ଉଚ୍ଚ ଶିକ୍ଷିତ ମୁଁ କରିବି ,,
ତୁମେ ଦୁହେଁ ମୋର ନୟନ ପିତ୍ତୁଳା
ତୁମ ପାଇଁ ଦିନ ସାରିବି ।
ସାକାର କରିବି ତୁମ ସ୍ବପ୍ନ ମାନ
କଷଣର ଭାର ସହି ,,
ଏତିକି ଶପଥ କର ମୋତେ ଏବେ
ଯିବ ବିଦ୍ୟାଳୟ ଦୁହିଁ ।
କଷଣର ମୂଲ୍ୟ ସୁଝିବ ଯେ ମୋର
ତୁମେ ଦିନେ ବଡ଼ ହେବ ,,
କଷ୍ଟକୁ ଆଦରି କରି ଯାଅ କର୍ମ
ଦିନେ ତୁମେ ଛିଡ଼ା ହେବ ।
ସ୍ୱଳ୍ପକରେ ମଧ୍ୟ ବଡ଼ ଆଶା ମାନ
ପୂରଣ ପାଇଁକା ସେହି ,,
ଦରଦି ତରୁଣୀ କେଡେ ସେ ମହାନ
କେତେ ଯେ କଷଣ ସହି ।
ବୁଝିଗଲି ଦେଖି ଯାହା ସ୍ବପ୍ନ ମାନ
ଆଖିରେ ଝଲସୁ ଥିଲା ,,
ନିଜ ପାଇଁ କିଛି ଆଶା କରି ନାହିଁ
ସେ ମାଆ ଠୁ ଭି ବଳି ଗଲା ।