Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sumitra Nayak

Abstract

4  

Sumitra Nayak

Abstract

ମୋର ଭାବ ଜଗନ୍ନାଥ

ମୋର ଭାବ ଜଗନ୍ନାଥ

1 min
225


ଜଗତ ଜୀବନ ଜଗତ ର ପ୍ରାଣ

ପ୍ରତି ପ୍ରାଣେ ତୁମ୍ଭ ଭାବ,

ଏ ଭବ ସଂସାରୁ ଭାବମୟ ମାୟା

ତୁଟାଇ ଯେ ମୁକ୍ତି ଦେବ l

ମୁକତି ର ଗାମୀ ମୁକତି ର ସ୍ୱାମୀ

ମୁକତି ତୁମରି ନାମେ,

ତୁମ ନାମ ମୁହିଁ ସଞ୍ଚି ରଖିଅଛି

ମୃତ୍ୟୁ ହେଉ ତୁମ ଧାମେ l

ଆହେ କର୍ମବୀର ଆହେ ଧର୍ମ ବୀର

କର୍ମମୟ ହେଉ ଦିନ,

କରମ ଧରମ ତରାଜୁ ଦ୍ୱୟ ରେ

ଅଧର୍ମ ଯେ ହେଉ ଛିନ୍ନ l

ଜଗତ କରତା ଜଗତ ହରତା

ଜଗତ ର ତୁମେ ନାଥ,

ଦିନ ବନ୍ଧୁ ଆହେ କୃପା ସିନ୍ଧୁ ଆହେ

କୃପା ତୁମ ସଦା ସ୍ଥିତ l

ଚରମ ସୀମାର ଅସୀମ ପ୍ରତୀତ

ସୀମାର ଅନ୍ତ ଯେ ନାହିଁ,

ଅନନ୍ତ ଯୁଗର ଅନନ୍ତ ଅକ୍ଷୟ

କ୍ଷୟ ଅନ୍ତ କିବା କାହିଁ l



Rate this content
Log in

Similar oriya poem from Abstract