କାନ୍ତାର ରୋଦନ
କାନ୍ତାର ରୋଦନ
ବିଶାଳ ମୋ କାୟା ' ଘଞ୍ଚ ପୂର୍ଣ୍ଣ ପୂର୍ଣ୍ଣ
ଯା ଥିଲା ବିଗତ ଦିନେ
କେତେ ବୃକ୍ଷ ମାନ' କେତେ ପୁଷ୍ପ ମାନ
ଅଙ୍କୁରୋଦଗମ ବନେ ।
ନାନା ରଙ୍ଗ ପୂର୍ଣ୍ଣ' ବିହଙ୍ଗମ ଯାହା
ସଦାତନ କ୍ରୀଡା ରତେ
ଏ ଶାଖା ସେ ଶାଖା' ଭ୍ରାନ୍ତି ସ୍ଵର ଗାନେ
ସଙ୍ଗେ ହାସ୍ୟ କଲ୍ଲୋଳିତେ ।
ଚତୁଷ୍ପଦ ମାନ 'କ୍ରୀଡନ୍ତି ଭ୍ରମନ୍ତି
ଆହାର ଭୁଞ୍ଜନ୍ତି ନିତ୍ୟେ
କିଏ ତୃଣ ମାନ ' କିଏ ମାଂସ ମାନ
ନିଜସ୍ଵ ଆହାର ଘିତେ ।
କେତେ ଜାତି ଖଗ ' ଅରିଷ୍ଟ କାକୋଳ
ଚଟକ କପୋତ ଗଣ
ଶଶାଦନ ପେଚା ବନପ୍ରିୟ କୀର
ଦାତ୍ଵ୍ୟହ କୁକ୍କଟ ମାନ ।
ଭୁଜଙ୍ଗଭୁକର' ରଙ୍ଗଣୀ ଚନ୍ଦ୍ରିକା
ନର୍ତକୀ କନ୍ଦର୍ପ ରାଣୀ
କାହୁଁ ଗଲେ ସର୍ବେ' ମୁଁ ଏକାନ୍ତ ରେ ଝୁରେ
ଅନୁପସ୍ଥିତିକୁ ମଣି ।<
/p>
କେତେ କିଟ ମାନ' ପତଙ୍ଗିକା ଗଣ
ମଧୁପ ଜ୍ୟୋତିରିଙ୍ଗଣେ
ପ୍ରଜାପତି ଯାହା' ପ୍ରସ୍ଫୁଟିତ ପୁଷ୍ପେ
ଉଡି ମଧୁ ସଂଗ୍ରହଣେ ।
ମୋ କାନ୍ତ ସୁନ୍ଦର' ହରିଲେ ମାନବ
ତାଙ୍କର ବୁଦ୍ଧି ଅକୃର
କ୍ଷୟ କରୁଛନ୍ତି 'କଳନା ଭି ନାହିଁ
ସ୍ଵାର୍ଥର୍ଥେ ବୃକ୍ଷ କୁ ମୋର ।
ଧିରେ ଧିରେ ସର୍ବ 'ଲୋପଭୂତ ହୁଏ
ମୋର ପରିବାର ସତେ
କେତେ ମୋର ସ୍ନେହି' ଷଟପଦ ଖଗ
କିଟ ପତଙ୍ଗ ଏ ମତେ ।
ପ୍ରକୃତି ରେ ମୁହିଁ 'ଅତ୍ୟନ୍ତ ନିରାଶ
ନିରୁତ୍ତର ହୋଇ ରହେ
ବୃକ୍ଷ କାଟି ଯାହା' କ୍ଷତି ଯେ ସାଧନ୍ତି
ବୋଲନ୍ତି ବିପଦ ଆହେ ।
ବିପର୍ଯ୍ୟୟମୁଖି ' ଏ ସମାଜ ଆଜି
ରୋଦନ ମୋ କାହିଁ ଶୁଣେ
ବୃକ୍ଷ ନ ଲଗାଇ' ବୃକ୍ଷ କ୍ଷୟ କରି
ନିଜର ସମସ୍ୟା ଆଣେ ।