ଶରଣ ମୁଁ ଚରଣେ ତୁମ
ଶରଣ ମୁଁ ଚରଣେ ତୁମ
ପ୍ରିୟମ୍ବଦା ତୁମ୍ଭ ଭକ୍ତି ପ୍ରେମେ ପାଗଳିନି
ଅନୁପମ ଗ୍ରାହ୍ୟ ଦର୍ଶନେ ହୃଦ ହାସିନି ।
ଦିବ୍ୟ ଔଜ୍ଜଲ୍ୟ ତୁମ୍ଭ ଆନ ସୌମ୍ୟ ସୌଷ୍ଠବ
ଅଞ୍ଜନ ଲିପନ କାନ୍ତ ହୃଦେ ଦୟା ଭାବ ।
ଅନୁକମ୍ପେ ଅଳଙ୍କୃତ ଉପମାନ ନାହିଁ
ଚରଣେ ପ୍ରଣତି ଘେନେ ଅଭିପ୍ରାୟ ନେ଼ଇ ।
ଆରାଧ୍ୟ ଆଦିତ୍ୟ ଦିବ୍ୟ ଆଭା କୁ ପ୍ରକାଶି
ଭାବରେ ଭାବରେ ବାନ୍ଧ ହୃଦେ ମୋର ଆସି ।
ଭାବ ବିନୋଦିଆ ତୁମ୍ଭେ ଭାବ ର ଠାକୁର
ଭାବ ଡୋରେ ଆବଦ୍ଧ ଭାବର ର ଭାସ୍କର ।
ଦୀପ୍ତିମାନ ତେଜ ଘେନି ଆହେ ଦୟାବୀର
ଦୟାର ପରିଧି ବା କାହିଁ କଳନା ଅସାର ।
ଦର୍ଶୟୀତା ପଥ ପ୍ରଦର୍ଶକ ପ୍ରଭୁ କୃପାବର
କୃପା କର୍ଣ୍ଣ-ଧାର ପ୍ରଭୁ କଷ୍ଟ ଯେ ନିବାର ।
କରୁଣାର ସାଗର ବୁନ୍ଦେ ବୁନ୍ଦେ କରୁଣା
ଆଜୀବନ ଚରଣରେ ମୁଁ ଥାଏ ନିମଗ୍ନା ।
ସଙ୍ଗୀତ ର ତାଳେ ତାଳେ ଥାଉ ତୁମ ନାମ
ନୃତ୍ୟ ପଦ ଛନ୍ଦେ ଛନ୍ଦେ ଥାଉ ଭାବ ତୁମ ।
ଦର୍ଶନର ଅଭିଳାଷି ମୁଗ୍ଧ ଦେଖି ତୁମ ରୂପ
ରୂପରେ ଅନନ୍ୟ ଦେଖି କି କରିବି ମୁଁ କଳ୍ପ ।
ହୃଦ ଭାବେ ଆଖି ଦେଖେ ଅଧରରେ ତୁମ ନାମ
ହସ୍ତ ଯୋଡେ ଶରଣ ମୁଁ ଚରଣରେ ତୁମ ।
