ବୁନ୍ଦାଏ ଲୁହ
ବୁନ୍ଦାଏ ଲୁହ
ସମସ୍ତେ ବର୍ଣ୍ଣିଲେ ବର୍ଣ୍ଣନା ପଟ୍ଟରେ
କାଳିର କଲମ ଧରି
ସର୍ବେ ଭିନ୍ନ ଭିନ୍ନ ବେଦନା ବର୍ଣ୍ଣିଲେ
କ୍ଳେଶକୁ ଶ୍ରେଷ୍ଠତା କରି ।
ବୁନ୍ଦାଏ ଲୁହକୁ ଶାଳିତ କରିଲେ
ବେଦନାର ଅନ୍ତ ଚିରି
ଗୁପତ ଦରଦ ନିଖୁଣେ ରଚିଲେ
କାଳିକୁ ଭରସା କରି ।
ମୋର ଲୁହ ବୁନ୍ଦେ ବର୍ଣ୍ଣିବାକୁ ଇଚ୍ଛା
ନାହିଁ ମୋର ସୂକ୍ଷ୍ମ ଅନ୍ତେ
ଶ୍ରେଷ୍ଠତା ପାଉନି ଦରଦରେ ମୋର
ବର୍ଣ୍ଣିବି ମୁଁ କାହା ସ୍ଥିତେ ।
ଦୀନ ଦୁଃଖି ଲୁହ କ୍ଷୁଧାର୍ଥର କୋହ
ବକ୍ଷର ଦରଦ କ୍ଳେଶ
ପୁତ୍ର ବିଚ୍ଛେଦରେ ମାତୁଳ ହୃଦୟ
ନୟନେ ଦୁଃଖର ବିଷ ।
ଅନାଥର ଦୁଃଖ ଜୀର୍ଣ୍ଣଶୀର୍ଣ୍ଣ ଭେକ
ଭାଗ୍ୟ ବିଡ଼ମ୍ବନେ ବଧ
ପୀଡିତ ରୋଗୀର ଅଶ୍ରୁ ନୟନର
ନାହିଁ ବର୍ଣ୍ଣିବାକୁ ଶବ୍ଦ ।
ମୋର ଲୁହ କିବା ସମକକ୍ଷ ହେବ
ତୁଲ୍ୟର ବି ଯୋଗ୍ୟା ନୁହଁ
ଅବଶୋଶ ଘେରା ହୃଦ ବଳୟରେ
ଦୁଃଖ କିବା ସମ୍ୟ କୁହ ।
ବୁନ୍ଦାଏ ଲୁହର ମୂଲ ଅମୂଲ ଯେ
ଝରିଗଲେ ମୁକ୍ତା ହେବ
ଯେସନେ ଶିକ୍ତରେ ମୁକ୍ତା ରତ୍ନ ସେତ
ଯନ୍ତ୍ରଣାର ମୂଲ ଦେବ ।
ଧୈର୍ଯ୍ୟ ଧାର୍ଯ୍ୟ କର ଜୀବନ ପଥରେ
ନିୟତି ଏ ଜୀବନର
କଷ୍ଟ ବିଷାଦକୁ ଛାତିରେ ଜାବୁଡ଼ି
ନିଜକୁ କଠୋର କର ।