Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sumitra Nayak

Inspirational

3  

Sumitra Nayak

Inspirational

ବନ୍ଧନ ରଜ୍ଜୁ

ବନ୍ଧନ ରଜ୍ଜୁ

1 min
168


ବଜ୍ରସ୍ନେହା ବିଶ୍ୱାସନୀୟା ବନ୍ଧୁ ବନ୍ଧନେ ବାନ୍ଧି  

ବରିଷ୍ଠ ବିଶ୍ଵସ୍ତ ବନ୍ଧୁ ବନ୍ଧନ ରଜ୍ଜୁରେ ଛନ୍ଦି ।


ଅତୁଲ୍ୟ ରତ୍ନ ଭଣ୍ଡାର ଉତ୍କୃଷ୍ଟ ବାତ୍ସଲ୍ୟମୟୀ  

ପ୍ରାଣ ସଙ୍ଗିନୀ ପଞ୍ଚରତ୍ନ ତୁଲ୍ୟ ନିଃସ୍ୱାର୍ଥ ଦେଇ ।


ବାନ୍ଧବୀ ମୋ ବନ୍ଧୁ ଶ୍ରେଷ୍ଠ ପର୍ମାତ୍ମୀୟ ପରାଣ  

ଅନୁକମ୍ପା ଅକ୍ଷୁବ୍ଧ ଅକ୍ଷୀବ ଗୁଣେ ସେ ନିପୁଣ ।


ନିସ୍ୱାର୍ଥତା ଆଚରଣେ ମନୁ ବିଷାଦ ବିହରେ  

କଥା ମୁକ୍ତା ସ୍ମିତି ଦେଇ ଅନ୍ତରେ ସନ୍ତୋଷ ଭରେ ।


ଆଦିତେୟ ଆଶୀର୍ବାଦ ବାନ୍ଧବୀ ଆନ କେ ହେବ  

ଅଶ୍ରୁସିକ୍ତ ନୟନରେ ମୋର ଅଭିପ୍ରାୟ ଦବ ।


ହୃଦ ପ୍ରାନ୍ତରେ କିଞ୍ଚିତ ଆଶା ଅଭ୍ୟୁଦୟ ହୁଏ  

ଅମୋଦିତ ଅଭୂଷଣେ ପୂର୍ଣ୍ଣ ସ୍ୱାଧୀନତା ଦିଏ ।


ଅର୍ଜବେ ଆବୃତ ନିଷ୍ଠାପ୍ରିୟ ଆତ୍ମାରେ ଜଡ଼ିତ  

ରସ୍ୟର ନୁହଁ ସତ୍ୟ ରୂ ଢ଼ସୌହୃଦ ରୁପବନ୍ତ ।


ମୁଖ ପାଠକ ସଖୀ ମୋର ମୁଖ ପଢ଼ିନେବ  

ଆତ୍ମା ପୀଡ଼ା ଦେଖି ମୁଖ ସର୍ବ କ୍ଷଣେ କହିଦେବ ।


ଅନୁକମ୍ପା ପୂର୍ଣ୍ଣ ମନେ ସଦା ଆଲିଙ୍ଗନ ଦେବ  

ବିଷଣ୍ଣତା ଦୂର କରି କ୍ଲେଶ କ୍ରୟ କରିନେବ ।


କୃପାମୟ କୃପବର ମହାକଷ୍ଟ ନିବାରତା  

ଅନ୍ତ ଯାଏ ଥାଉ ଆମ୍ଭ ବନ୍ଧନ ରଜ୍ଜୁରେ ଦୃଢ଼ତା ।



Rate this content
Log in

Similar oriya poem from Inspirational