STORYMIRROR

Sumitra Nayak

Others

3  

Sumitra Nayak

Others

ତୁମେ ନା ମୁଁ

ତୁମେ ନା ମୁଁ

1 min
213

ପ୍ରେମର ଆୟାରମ୍ଭ

ଯେବେ ଜାଣିବା ପାଇଁ ଇଚ୍ଛା ହୁଏ 

ମନରେ ଅନେକ ପ୍ରଶ୍ନ ଉଙ୍କି ମାରେ 

ଉଙ୍କି ମାରେ ...

ପ୍ରେମ ରୂପକ ସୂର୍ଯ୍ୟର ଉଦୟକ କିଏ ...??

ତୁମେ ନା ମୁଁ.....??


ପୂର୍ବର ସେ ବନ୍ଧୁତାର ଯେଉଁ ଗଳ୍ପ ସ୍ୱଳ୍ପମାନ

ଆରମ୍ଭ ହୋଇଥିଲା  

ମନରେ ଅନେକ ପ୍ରଶ୍ନ ଉଙ୍କି ମାରେ

ଉଙ୍କି ମାରେ .......

ସେ ମଧୁର ଗଳ୍ପର ଆରମ୍ଭକ କିଏ ..??

ତୁମେ ନା ମୁଁ....??


ଗଳ୍ପ ସ୍ୱଳ୍ପ ମଧ୍ୟେ ଏତେ ନିବିଡ଼ତା 

ଏତେ ମାଧୁର୍ଯ୍ୟକତା କିଏ ଭରି ଥିଲା 

ଯେବେ ଜାଣିବା ପାଇଁ ଇଚ୍ଛା ହୁଏ

ମନରେ ଅନେକ ପ୍ରଶ୍ନ ଉଙ୍କି ମାରେ  

ଉଙ୍କି ମାରେ .....

ପ୍ରେମର ସେ ମାଧୁର୍ଯ୍ୟକ କିଏ ....??

ତୁମେ ନା ମୁଁ.....??


ସୁନ୍ଦର ବନ୍ଧୁତ୍ୱକୁ ପ୍ରେମର ନାମ ଦେଇଥିବା

ମଣିଷଟେ କିଏ ଜାଣିବା ପାଇଁ ଇଚ୍ଛା ହୁଏ  

ମନରେ ଅନେକ ପ୍ରଶ୍ନ ଉଙ୍କି ମାରେ  

ଉଙ୍କି ମାରେ.....

ସେ ନମକାରି ମଣିଷଟେ କିଏ ...?

ତୁମେ ନା ମୁଁ.....??


ଆଜି ଯେବେ ଭାବେ ନିର୍ଜନତା ପୂର୍ଣ୍ଣ ଆକାଶ ତଳେ 

ଆଜୀବନ ସାଥୀରେ ରହିବାର ପ୍ରତିଶ୍ରୁତି 

ଦେଇଥିଲା କିଏ  

ଯେବେ ଜାଣିବା ପାଇଁ ଇଚ୍ଛା ହୁଏ

ମନରେ ଅନେକ ପ୍ରଶ୍ନ ଉଙ୍କି ମାରେ  

ଉଙ୍କି ମାରେ.....

ସେହି କଥା ଦେଇ ଥିବା ମଣିଷଟେ କିଏ ...??

ତୁମେ ନା ମୁଁ.....??


ଜାଣିବା ପାଇଁ ଇଚ୍ଛା ହୁଏ ସେ ଅମୂଲ୍ୟ ଦିନକୁ

ନଭୁଲିବାର ଇଚ୍ଛା ରଖିଥିବା ମଣିଷଟେ କିଏ 

ମନରେ ଅନେକ ପ୍ରଶ୍ନ ଉଙ୍କି ମାରେ  

ଉଙ୍କି ମାରେ.....

ସେ ଇଚ୍ଛୁକ ମଣିଷଟେ କିଏ .....??

ତୁମେ ନା ମୁଁ......??


ପୁନଃ ଜାଣିବା ପାଇଁ ଇଚ୍ଛା ହୁଏ

ସେ ବିରହ ବିଚ୍ଛେଦ ଭରା ରାତ୍ରିରେ

ବିଦାୟ ନେଇଥିବା ମଣିଷଟେ କିଏ  

ମନରେ ଅନେକ ପ୍ରଶ୍ନ ଉଙ୍କି ମାରେ  

ଉଙ୍କି ମାରେ.....

ସେ ବିଦାୟକ ମଣିଷଟେ କିଏ .....??

ତୁମେ ନା ମୁଁ.....??

ତୁମେ ନା ମୁଁ.....??



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍