STORYMIRROR

Sumitra Nayak

Abstract Fantasy Inspirational

3  

Sumitra Nayak

Abstract Fantasy Inspirational

**ତାମ୍ରବର୍ଣ୍ଣି ଗୋଲାପ**

**ତାମ୍ରବର୍ଣ୍ଣି ଗୋଲାପ**

1 min
192


ତପୋନିଧି ତପିତ ତାମ୍ରବର୍ଣ୍ଣି ଗୋଲାପ

ପ୍ରମୋଦେ ପ୍ରସ୍ଫୁଟିତ ପୁଷ୍ପ ଇକ୍ଷିଣ ଆତପ ।


କଳେବରେ କଣ୍ଟକ ସଦୟ କରି ବହନ

ପ୍ରକାଶ୍ୟତଃ ପ୍ରଗନ୍ଧ ପ୍ରକାଶତା କର ଗ୍ରହଣ ।


ତ୍ୟୋଜମୟୀ ପୁଷ୍ପାଦିର ପୁରୋଗ ପ୍ରଣୟ

ଆଦିତେୟ ଚରଣେ ଚରଣାଶ୍ରିତ କାୟ ।


ସୁ ଭଗ ସୁର ପ୍ରିୟ ସୁରଭିତ ପ୍ରସୂନ

ରକ୍ତିମା ରଞ୍ଜକ ରମ୍ୟ ପ୍ରକାଶକ ପୁଣ ।


ପ୍ରଣୟ ପୂଜାରୀ ପ୍ରାଭାବ ପ୍ରେମ ପ୍ରିଣନ

ମନୋଜ୍ଞ ମନୋରମ ମହାକଷ୍ଟ ନିବାରଣ ।


କ୍ଷୁଦ୍ର ତନୁ ଘେନି ନିତ୍ୟ କର ବଣ୍ଟନ

ପୁଣ୍ୟମୟୀ କୋରକ ସ୍ୱୟଂ କାର୍ଯ୍ୟେ ନିପୁଣ ।


ଉଦ୍ୟାନେ ସର୍ବୋତ୍କୃଷ୍ଟ ପୁଷ୍ପ ରାଜ ଜେମା

ବଡ଼ଇ ମନୋହର ତବ ସ୍ନେହ ଗାରିମା ।


ପ୍ରକୃତି ରତ୍ନ ମନସ୍ଵିତା ରମଣୀ ପ୍ରିୟ

ରମିତ ବଦନେ ବୃକ୍କା କର ସୁଖ ମୟ ।


ବିଶ୍ଵଗନ୍ଧା ବିଶ୍ଵଜନଙ୍କ ପ୍ରାଣ ପ୍ରୀୟତା

ବିଶ୍ୱପିତାଙ୍କ ପଦ୍ମ ପୟେ ଚରଣାଶ୍ରିତା ।


ବିଭ୍ରାଜମାନ ବିଭାସୀ ବିମଳାନନ୍ଦ ପୁଷ୍ପେ

ମଧୁ ସଞ୍ଚୟ ନିମନ୍ତେ ଭ୍ରମନ୍ତି ମଧୁପେ ।



Rate this content
Log in

Similar oriya poem from Abstract