STORYMIRROR

Dr Baman Chandra Dixit

Abstract

3  

Dr Baman Chandra Dixit

Abstract

ତୁମେ ଜାଣନାହିଁ

ତୁମେ ଜାଣନାହିଁ

1 min
204


ତୁମେ ଭାବୁଛ କିଛି ମୁଁ ଜାଣିନାହିଁ

ସବୁ ଜାଣିଛି ମୁଁ ତୁମେ ଜାଣନାହିଁ।।

ଯେତେ ଅଜଣା ଜଣେଇ ନାହଁ ମୋତେ

ସବୁ ଜାଣିଛି ମୁଁ ତୁମେ ଜାଣନାହିଁ।।

କୁଞ୍ଚା ଚାଦର କାହିଁକି ଘୁଞ୍ଚେଇଛ

ଜାଣିଛି ବୋଲି ମୁଁ ତୁମେ ଜାଣନାହିଁ।।

ଦେଖୁ ଦେଖୁ ବାଟ ଭାଙ୍ଗି ଚାଲିଗଲ

ମୁଁ ଦେଖୁଥିଲି ତୁମେ ଜାଣନାହିଁ ।।

କଥା ବଦଳେଇ ଦେଲ କହୁକହୁ

ସତ ଜାଣିଛି ମୁଁ ତୁମେ ଜାଣନାହିଁ ।।

ତୁମେ ଲୁଚିଛ ଛାଇ କୁ ନ ପଚାରି

ଦେଖି ପାରୁଛି ମୁଁ ତୁମେ ଜାଣନାହିଁ ।।

ଚେର କାଟିଦେଲ ଡାଳ ଝାଉଁଳିଲା

ମଲାଙ୍ଗ ମରେନା ତୁମେ ଜାଣନାହିଁ।।

ଜାଣି ଅଜଣା ହେବାର ଅଭିନୟ

ଜଣା ପଡ଼ିଯାଏ ତୁମେ ଜାଣନାହିଁ ।।

ଆସ ଅଜଣା ରହିବା ଆଉ ଟିକେ

ବେଳ ଗଡ଼ିଲାଣି ତୁମେ ଜାଣନାହିଁ।।

ଏବେ ଚେଇଁବାକୁ ଚେଷ୍ଟା କରୁଥିବ

ଜାଣିଛି ବାମନ ତୁମେ ଜାଣନାହିଁ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract