STORYMIRROR

Dr Baman Chandra Dixit

Abstract Classics

4  

Dr Baman Chandra Dixit

Abstract Classics

ଏବେ ବି ଜୀବିତ

ଏବେ ବି ଜୀବିତ

1 min
0

ଡେମ୍ଫ ଛାଡ଼ି କଞ୍ଚା ପଟରଟା
ଝଡ଼ିଗଲା କାହିଁକି ?
ଏଇ ତ କଅଁଳିଥିଲା ସେ
 କେଇଦିନ ତଳେ
କୋମଳ ଅଧରେ ଧରି
 କେତେ ଅରୁଣୀମା ,
ଆଶା ଅସୁମାରୀ ରଖି
ଛାତିତଳେ
ଅଳ୍ପ ଟିକେ ହସିବାର ଆଶାନେଇ
ଚାହିଁଥିଲା ଆକାଶ ଆଡ଼କୁ ।
 ସୂର୍ଯ୍ୟର ପ୍ରଥମ କିରଣ ର
ଅରୁଣ ଆଲୋକ ନେଇ
ବୁଣିଥିଲା ସୁନେଲି ଭବିଷ୍ୟ କଳ୍ପନା ।
କିଏ ସୃଜିଲା ଏ ଝଡ଼ ଅସମୟେ !
କମନୀୟ କୋମଳ ଆଧାର ତା'ର
 ଧରିପାରିଲାନି ବଧିର ପବନର
ନିଷ୍ଠୁର ପ୍ରହାର ସବୁକୁ ।
ଏବଂ ଛିଡ଼ିଗଲା ସେସବୁ
 ଥିଲା ଯାହା ସମ୍ପର୍କର ସୂତ୍ରଧର ହୋଇ ।
ଏବେ ବି ପଡିଛି ସିଏ
ସେହି ଗଛତଳେ
ମଲା ଦେହେ ତା'ର
ଜମାଟ ବନ୍ଧା ରକ୍ତ
ଶୁଖି ଶୁଖି ବକଳା ହେଲାଣି ।
ଥମିଗଲା ଝଡ଼ , ଜମିଗଲା ବର୍ଷା ପାଣି
ଯେଉଁ ଅମୃତର ଆଶା
ସଞ୍ଚିଥିଲା ଦିନେ
ସେହି ଅମୃତ ଆଜି  ବିଷ ହୋଇ
ଜାଳିଗଲା ତାକୁ ।
ଏବେ ତା'ର ଅସ୍ତିତ୍ୱ ବି ନାହିଁ
ତଥାପି ସେ ଯୋଗାଉଛି
ଜୀବସାର ସେ ମହାଦ୍ରୁମ କୁ ,
ଯେଉଁଠୁ ସେ ଝଡ଼ି ପଡ଼ିଥଲା ।
ଯୋଡ଼ିବାର ଆଶା ତା'ର
 ଝଡ଼ିଗଲା ପରେ
ଏବେ ବି ଜୀବିତ ନିଜେ
 ମରିଗଲା ପରେ ।
**^**^**^**^**^**^


Rate this content
Log in

Similar oriya poem from Abstract