STORYMIRROR

Jyotsna Acharya

Abstract

3  

Jyotsna Acharya

Abstract

କ୍ଷଣ ଭଙ୍ଗୁ

କ୍ଷଣ ଭଙ୍ଗୁ

1 min
171

ବା ରେ ଜୀବନ

ଖେଳୁଥିଲି ତୋ କୋଳେ

କାଲି ଭଳି ଲାଗେ ମୋତେ

ଆଜି କାହିଁ ପର କଲୁ

ମୃତ୍ୟୁର ଶଯ୍ୟାରେ....

କ୍ଷଣ ସ୍ଥାୟୀ ଜୀବନ ତୁ 

କ୍ଷଣ ଭଙ୍ଗୁର କରି ଦେଉ

କାହିଁ ଆଶାଟିଏ ବଞ୍ଚି ଦେଉ 

ସାରା ଜୀବନରେ......

ବିଶାଳ ସିନ୍ଧୁଟିଏ ଜୀବନକୁ କହିବସେ

ଅସମ୍ଭବ ନୁହେଁ କିଛି ଇଚ୍ଛାର ବଜାରେ

ମନଟିଏ ଦୌଡି ଥାଏ କିଣା ବିକା ଦୁନିଆରେ

ମୂଲଚାଲ କରିବସେ ଜିଇଁଥିବା ଯାଏଁ

ପ୍ରତିଯୋଗୀ କରିବ ସେ

ଦିନ, ମାସ, ବର୍ଷ 

କାହୁଁ ଚାଲିଯାଏ 

ପ୍ରତିଯୋଗିତାରେ......

ବୁଝେ ନାହିଁ, 

ବୁଝିବାକୁ ସମୟ ଭି ହୁଏ ନାହିଁ 

ମାୟାଟିରେ ବାନ୍ଧି ରହେ

ମିଛ ମାୟା ସଂସାରେ.....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract