Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotsna Acharya

Abstract Inspirational Others

4  

Jyotsna Acharya

Abstract Inspirational Others

ମହା ଶିବରାତ୍ରୀ

ମହା ଶିବରାତ୍ରୀ

1 min
322


ଲୋକ ପ୍ରିୟତାର ପାଳିତ ଏ ପର୍ବ

ଶିବରାତ୍ରୀ ଜାଗର ପାଳନ୍ତି ସର୍ବ ।


ଓଡିଆ ମାସ ଫଗୁଣ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିନ

ଶୈବ ପିଠ ମାନ ଆନନ୍ଦ ଉତ୍ସବ ମୂଖର ।


ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ପ୍ରବଳ

ଲିଙ୍ଗରାଜ, ଲୋକନାଥଙ୍କ ପିଠ ଚ଼ଳଚ଼ଞ୍ଚଳ ।


ମନ, ମାନସିକ ପୂଜା ବିଧି ଅର୍ପଣ

ଶିବ ପାର୍ବତୀଙ୍କ ଶ୍ଲୋକ ସ୍ରୋତ ଶ୍ରବଣ ।


କେତକୀ, ତ୍ରୀଶାଖା, ବେଲପତ୍ର ସନ୍ତୁଷ୍ଠ ହୁଅନ୍ତି ଆଶୁତୋଷ

ବର୍ଣ୍ଣିବ ବା କିଏ ତାଙ୍କ ବିଶ୍ବ ସ୍ବରୂପ ।


ଅରୂପରେ ଯିଏ ଶିବ ସୁନ୍ଦର

ଜଗତ କଲ୍ୟାଣ ମା' ପାର୍ବତୀଙ୍କ ସହ ।


ଯଥାର୍ଥ ନାମଟି ତାଙ୍କ ନୀଳକଣ୍ଠ ଇଶ୍ବର

ଜାଗର ଦୀପ ଉଜାଗର ମହତ୍ବ ଶୁଦ୍ଧ ଅନ୍ତକରଣ ।


ମଙ୍ଗଳମୟ ହେ ଚନ୍ଦ୍ରଶେଖର

ପ୍ରକୃତିରେ ଯିଏ ସମଭାବାପନ୍ନ ।


ମହାଦୀପ ଜ୍ୟୋତୀ ଦର୍ଶନ ଘେନ ପ୍ରଭୂ କୋଟି ପ୍ରଣାମ 

ଗୃହସ୍ଥ ଆଶ୍ରମ ଧନ୍ୟ ଶିବ ପାର୍ବଣ।


Rate this content
Log in

Similar oriya poem from Abstract