STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ମା କୁଷ୍ମାଣ୍ଡା

ମା କୁଷ୍ମାଣ୍ଡା

1 min
195


ଉମଙ୍ଗ ଉତ୍ସାହ ପାର୍ବଣ                        


            ଭକ୍ତି କୀର୍ତ୍ତି କାରଣ 


ପୂଜନ ସ୍ବରୂପ କୁଷ୍ମାଣ୍ଡା    


           ଭକ୍ତିରେ ଯେ ଭୂଖଣ୍ଡ !



ଚତୁର୍ଥ ଦିନର ପୂଜନ                      


           କୁଷ୍ମାଣ୍ଡା ରୂପେ ଧ୍ୟାନ 


ବ୍ରତ ନିର୍ଜଳା ପୂଜେ ଜଣ          


           କାମନା ତା ପୂରଣ !



କରନ୍ତି ସ୍ବାସ୍ଥ୍ୟହେ ରୋଗୀକୁ


           ନିର୍ଦ୍ଧନେ ଯେ ଧନକୁ !!


ଚରଣେ ଥାଏ ପ୍ରେମ ପ୍ରୀତି 


          ପ୍ରାପ୍ତ ସେ ଦିବ୍ୟ ଶକ୍ତି !



କୁଷ୍ମାଣ୍ଡା ସ୍ବରୂପ ପୂଜନ


           ଥାଏ ଶାନ୍ତି ଜୀବନ !!


ସତ୍ୟ ଓ ତ୍ୟାଗପଥ ମିଳେ


         ଅହିଂସା ମନ୍ତ୍ର କୋଳେ !



ଅଟନ୍ତି କରୁଣାମୟୀଯେ


          କା ଶକ୍ତି ବର୍ଣ୍ଣିବଯେ !!


ପାପ ବିନାଶେ ଆବିର୍ଭାବ


          ଚୂର୍ଣ୍ଣ ଟି ଦୁଷ୍ଟ ଗର୍ବ !



ମହିଷା ମର୍ଦ୍ଦିନୀ କୁଷ୍ମାଣ୍ଡା


        ହସ୍ତେ ଶୋଭିତ ଖଣ୍ଡା !!


କୁଷ୍ମାଣ୍ଡା ଦିବ୍ୟ ଜ୍ୟୋତି ଶକ୍ତି 


         ବର୍ଣ୍ଣିବ କେଉଁ ବ୍ୟକ୍ତି !



ସିଂହ ବାହିନୀ ତୁ ଜନନୀ


        ଶୁଣ ତୁ ମା ଭବାନୀ !!


କରହେ ଜଗତ ମଙ୍ଗଳ


         କର ରାଷ୍ଟ୍ରହେ ମେଳ


ଆତଂକବାଦୀ କର ନାଶ 


         ତୁ ଅବତରି ଆସ !!


ତାଣ୍ଡବ ଅପାର ଦୁଷ୍ଟର 


        କର ଯନ୍ତ୍ରଣା ଦୂର !!


ଶାନ୍ତି ନାହିଁହେ କେଉଁ ଦେଶେ


       ଦୂର କରହେ ବିଶ୍ବେ !!


ଅମୃତ ଏ କାଳ ଦେଶର


        କର ଆତ୍ମନିର୍ଭର !!


ସଂସ୍କୃତି ସଂସ୍କାର ରାଷ୍ଟ୍ରର


         ଗୁଞ୍ଜୁ ମା ନିରନ୍ତର !!


କର୍ତ୍ତବ୍ୟର ଦିଅ ମା ଜ୍ଞାନ 


       ଅହିଂସା ମନ୍ତ୍ରେ ଧ୍ୟାନ !!


କୁଷ୍ମାଣ୍ଡା ମାଗୁଣି ମୋହର 


       ପୂର୍ଣ୍ଣ ହେ ଶକ୍ତି କର !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract