Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

3  

Lata Behera

Abstract

ନିଶାପ

ନିଶାପ

1 min
115



ଗାଆଁ ଗଣ୍ଡଗୋଳ ଗାଆଁର ନିଶାପ

ଗାଆଁରେ ମିମାସା ହୁଏ

ଗାଆଁର ସମ୍ମାନ ଗାଆଁର ଇଜ୍ଜତ 

ଗାଆଁରେ ଯେ ରହି ଥାଏ ।


ଚୋରି ଦାରୀ ନାରୀ ଯେତେକ ଘଟଣା

ମୁଖିଆ ପାଖକୁ ଯାଏ

ମୁଖିଆ ଯାହା ଯେ ନିଷ୍ପତ୍ତି ଦିଅନ୍ତି

ମାନି ଥାନ୍ତି ତାକୁ ସିଏ ।


ପରିବାର ସଦସ୍ୟଙ୍କ ମଧ୍ୟେ ଯଦି

ମନ ମାଳିନ୍ୟଟି ହୁଏ

ଭିତରେ ଭିତରେ କୁହୁଳି ସେ କଳି

ଝଗଡାର ରୂପ ନିଏ ।


ସେ ଝଗଡା ବଢି ଭୟଙ୍କର ହେଲେ

ପରିବାର ଭାଙ୍ଗି ଥାଏ

ଝଗଡାର ସମାଧାନ ପାଇଁ କଥା

ମୁଖିଆ ପାଖକୁ ଯାଏ ।


ମୁଖିଆ ସମେତ ଗାଆଁ ଭଦ୍ରଲୋକ

ତଳେ ସିଏ ବସି ଥାଏ

ଉଭୟଙ୍କ କଥା ଶୁଣି ସାରି ଶେଷେ

ନିଷ୍ପତ୍ତିଟି ଶୁଣାଯାଏ ।


ବେଳେ ବେଳେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ 

ଏମିତି ଝଗଡା ହୁଏ

ପରିସ୍ଥିତି ପୁଣି ଛାଡପତ୍ର ଯାକେ

କଥା ତାର ଉଠି ଯାଏ ।


ଛାଡପତ୍ର ଆଗୁ କଥାଟି ମୁଖିଆ 

ପାଖରେ ପହଞ୍ଚି ଯାଏ

ମୁଖିଆ ପହଞ୍ଚି ଭାଙ୍ଗିବା ସଂସାର 

ବୁଝେଇ ଯୋଡିଣ ଦିଏ ।


ସାଇ ସାଇ ଗଣ୍ଡଗୋଳ ଯେବେ ହୁଏ

ନିଶାପଟି ବସି ଥାଏ

ଉଭୟ ଦଳର କଥା ଶୁଣାଯାଇ

ସମାଧାନ କରା ଯାଏ ।


ଦୁଇ ସାଇ ପୁଣି ଏକାଠି ଚଳନ୍ତି

ପର୍ବ ପର୍ବାଣୀଟି ହୁଏ

ଯାନି ଯାତ୍ରା ବେଳେ ନିଶା ଦ୍ରବ୍ୟସବୁ

ବର୍ଜନ ଯେ କରାଯାଏ ।


ବରଷକୁ ଥରେ ଗାଆଁରେ ଆମର

ଯାତ୍ରା କରା ଯାଉଥାଏ

ଦୂର ଦୂରାନ୍ତରୁ କେତେ ଲୋକ ଆସି 

ଦେଖି ଯାଉଥାନ୍ତି ସିଏ ।


କୁଆଡୁ ଆସିଲା ଗୋଟିଏ ମଦୁଆ

ମଦକୁ ପିଇଲା ସିଏ

ତାର ସାଙ୍ଗ ଆମ ଗାଆଁର ପିଲାକୁ

ସେ ଦିନ ପିଆଇ ଦିଏ ।


ମଦ ନିଶା ଯେବେ ଘାରି ଗଲା ତାକୁ

ନିଜକୁ ଭୁଲିଲା ସିଏ

ପାଟିରୁ ତାହାର ଯାହା ବାହାରିଲା

ବକ ବକ ହେଉଥାଏ ।


କାହା କଥା କର୍ଣ୍ଣପାତ ସେ କଲାନି

ଯୁକ୍ତି ତର୍କ କରୁ ଥାଏ

ବେଳୁ ବେଳ ବେଶୀ ହେଲେ ସେ ଉଦ୍ଧତ

ଗଣ୍ଡଗୋଳ ବଢିଯାଏ ।


ଗାଆଁ ମୁଖିଆଙ୍କ ନିଷ୍ପତ୍ତିରେ ତାଙ୍କୁ

କୋଠଘରେ ରଖା ହୁଏ

ସେଇ କୋଠ ଘରେ ଶୋଇ ଶୋଇ ତାଙ୍କ

ରାତିଟି ଯେ ପାହିଯାଏ ।


ସକାଳ ହେବାରୁ ନିଶାପ ବସିଲା

ଜୋରିମନା ଦେଲା ସିଏ

ମାନ ଚାଲି ଗଲା ସମ୍ମାନ ବି ଗଲା

ପକେଟ୍ ବି ଖାଲି ହୁଏ ।


ଗାଆଁର ନିଶାପ ଶୁଣେଇ ଦିଅନ୍ତି 

ମଦ ତ ଖାଇବ ଯିଏ

ଦଶ ହଜାରଟି ଜୋରିମନା ଦେବ

ଏଇ କଥା ପକା ହୁଏ ।


ଏଇ ନିଶାପଟି ଗାଆଁ ମାନି ନେଲା

ନା ମଦ ପିଇଲା କିଏ

ଗାଆଁର ସମ୍ମାନ ଗାଆଁର ଇଜ୍ଜତ

ଗାଆଁରେ ଯେ ରହି ଥାଏ ।


Rate this content
Log in