STORYMIRROR

pawan Mohakul

Abstract Inspirational

3  

pawan Mohakul

Abstract Inspirational

କେବେ ସୁଧୁରିବ ମାନବ ସମାଜ

କେବେ ସୁଧୁରିବ ମାନବ ସମାଜ

1 min
151

ଘରେ ଝିଅଟିଏ ଜନମ ହେଲେ

ମୁଁହ ଶୁଖି ଯାଉଛି କିନ୍ତୁ

ସମସ୍ତେ ସୁନ୍ଦର ବୋହୂଟେ ଚାହୁଁଛନ୍ତି

ଝିଅଟେ ଜନମ ହେଲେ

ମାରି ଫିଙ୍ଗି ଦେଉଛନ୍ତି କିନ୍ତୁ

ଗୁଣମନ୍ତ ବୋହୂଟେ ଖୋଜୁଛନ୍ତି

ଝିଅଟେ ଜନମ ହେଲେ

ବୋଝ ବୋଲି ଭାବୁଛନ୍ତି କିନ୍ତୁ

ନିଜର ଝିଅ ବୋହୂ ଓ ମାଆଙ୍କର ଦେହ ଖରାପ୍ ହେଲେ

ମହିଳା ଡାକ୍ତର ଖୋଜୁଛନ୍ତି

ଝିଅଟେ ଜନ୍ମ ଆଗରୁ ଜାଣି 

ଭ୍ରୁଣ ହତ୍ୟା କରୁଛନ୍ତି କିନ୍ତୁ

ବାହା ହେବା ପାଇଁ 

ଝିଅଟିଏ ଖୋଜୁଛନ୍ତି

ଏହା ହିଁ ବିଡମ୍ବନା

କେବେ ସୁଧୁରିବ ମାନବ ସମାଜ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract