STORYMIRROR

pawan Mohakul

Abstract Tragedy Fantasy

4  

pawan Mohakul

Abstract Tragedy Fantasy

ମନର ମଣିଷ

ମନର ମଣିଷ

1 min
1

ହଜାରେ ମିଳିବେ ଦେହର ମଣିଷ
ବଜାରେ ସୁବିଧା ଅଛି
ମନର ମଣିଷ ମିଳିବାଟା କଷ୍ଟ
ଶହେରୁ ଜଣକୁ ବାଛି ।।

ଜୀବନ ସଉଦା ମୂଲେଇ କରିବା
ନବସନ୍ଧା ପାଠ ଏକା
ଠକିବାରେ ବହୁ ସମ୍ଭାବନା ମାତ୍ର
ଶତ ପ୍ରତିଶତ ପକ୍କା ।।

କାଚରେ କାଞ୍ଚନ ଇମିତି ମିଶିଛି
ସବୁ ଦେଖିବାକୁ ରଙ୍ଗ
ପାଇବା ମାତ୍ରକ ଭାଗ୍ୟର ଭାଗ
ପୂର୍ବ ପ୍ରାରବ୍ଧର ଭୋଗ ।।

ଠକିଲେ ଶିଖିବା ଉଛେଦ ପରଠୁଁ
ଶିଖିକି ଠକିବା ବେଶୀ
ସଂଭ୍ରାନ୍ତ ଭୋକର ସୌଖିନ ଜୁଲମେ
ଜାତୀୟ କରଣ ଖୁସି ।।

ସମ୍ପର୍କର ସଂଜ୍ଞା ବଳକା ନିଦର
ସପନେ ଲେଖିବା ଚିଠି
ଭଲ ପାଇବାଟା ଭୁଲ ମାନସାଙ୍କ
ଗଣକ ଡାକୁଛି କୋଷ୍ଠି ।।  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract