STORYMIRROR

pawan Mohakul

Romance Tragedy

3  

pawan Mohakul

Romance Tragedy

ଅବୁଝା ପ୍ରେମିକ

ଅବୁଝା ପ୍ରେମିକ

1 min
170

କିଛି ନ ବୁଝି କିଛି ନ ଜାଣି

ଭଲ ସିନା ପାଇଗଲି

ଜାଣି ମୁଁ ନଥିଲି ତୋ ମନେ ମୋ ପାଇଁ

ଏତେ ଘୃଣା ଅଛି ବୋଲି ।


ତଥାପି କାହିଁ ଏ ମନ ବୁଝେନା

ମନ ଖାଲି ତୋତେ ଝୁରେ

ତୁ ମୋ ପ୍ରିୟା ମନର ମାନସୀ

ହୋଇ ଯାଆନ୍ତୁ କି ସତରେ ।


ଭଲ ମୁଁ ପାଉଛି ହୃଦୟ ଦେଇକି

କେମିତି ଭୁଲିବି କହ

ଭୁଲି ଯାଅ ବୋଲି କହିଦେଲେ ତୁ

ଆଖିରୁ ଝରୁଛି ଲୁହ ।


ଗାଳି ତୁ ଦେଲେ ଘୃଣା ବି କଲେ 

ହୃଦୟକୁ କି ବୁଝେଇ ହୁଏ

ଭଲ ମୁଁ ପାଉଛି ଭଲ ପାଉଥିବି

ଏ ଜୀବନ ଥିବା ଯାଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance