ମାନନୀୟ ଜେଜେବାପା
ମାନନୀୟ ଜେଜେବାପା


ମାନନୀୟ ଜେଜେବାପା ମୋର ନମସ୍କାର ନବ,
ମୁଁ ଏଠି ଭଲରେ ଅଛି ତୁମେ ଭଲ ଥିବ ।
୫ ବର୍ଷ ହେବ ମୁଁ ସ୍ପେଶାଲ ସିଟି କରି,
ବସିଅଛି ଘରେ ଆଜ୍ଞା ବେକାର ହୋଇ ।
ଦୁନିଆ କହୁଛି ମୋତେ ବେକାରି ବୋଲି,
ତୁମେ ଯଦି କରିବ ଦୟା କରିବି ମୁଁ ଚାକିରି,
ସମାଜ ଆଗରେ ବୋଲାଇବି ମୁଁ ମାଷ୍ଟର ବୋଲି ।
ଭିନ୍ନକ୍ଷମ ପିଲାଙ୍କୁ ଯେ ମୁଁ ଶିକ୍ଷା ଦେବି,
ସଠିକ ମାର୍ଗ ରେ ନେଇ ତାଙ୍କୁ ସକ୍ଷମ
ସୁ-ନାଗରିକ କରିବି ।
ସବୁଠି ବୁଲି ତୁମ ଗୁଣ ବଖାଣିବି,
ତୁମେ ଯେବେ ନିଯୁକ୍ତ ଦେବ ସ୍ଥାଇ ସ୍ଵତନ୍ତ୍ର ଶିକ୍ଷକ,
ସମ୍ଭବ ହୋଇବ ଆଜ୍ଞା ମୁଁ ଦେଖିଥିବା ସ୍ଵପ୍ନ । ।
ଜୀବ ଥିବା ଯାଏ ଆଜ୍ଞା ଭଜୁଥିବି ତୁମ ନାମ
ଏ ଅଧମ ଦୁଖ ବୁଝ ଆହେ ଜନାର୍ଦନ ।
କିଛି ମାଗୁ ନାହିଁ ଆଜ୍ଞା ମୋ ଅଧିକାର ଛଡା,
ନିଶ୍ଚେ ପୁରା କରିବ ତୁମେ ଜାଣେ ମୁହିଁ ପରା ।
ତୁମେ ପରା ଆମ ରାଜ୍ୟ ର ବରିଷ୍ଠ ରାଜ ନେତା,
ତୁମେ ପରା ମୋ ସୁନା ଜେଜେବାପା,
ତୁମ ପରି ହେବ କିଏ ଆହେ ମୋ ଜେଜେ ବାପା ।
ଘନିଷ୍ଠ ପ୍ରଣାମ ଜଣାଉଛି ଦୂରରୁ ତୁମ କୁ
ନିଶ୍ଚିତ ସାକାର କରିବ ମୋର ଏ ସ୍ଵପ୍ନ କୁ