କନିଷ୍ଠ ଶିକ୍ଷକ ନିଯୁକ୍ତି ଆମର ଦାବି
କନିଷ୍ଠ ଶିକ୍ଷକ ନିଯୁକ୍ତି ଆମର ଦାବି


ଗରଜିବ ପୁଣି ଭୂବନେଶ୍ବର
ଥରିବ ବିଧାନସଭା
କନିଷ୍ଠ ଶିକ୍ଷକ ନିଯୁକ୍ତି ଦାବିରେ
କରିବା ଚାଲ ହେ ସଭା ।
ପାଖେଇ ଆସିଲା ଜୁଲାଇ ପଚିଶ
ଓଜେଟା ଦେଇଛି ଡ଼ାକ
ଶିକ୍ଷା ବ୍ୟବସ୍ଥାର ଉଦ୍ଧାର ପାଇଁ କି
ଚାଲ ହେବା ଥରେ ଏକ ।
କାମ ଧନ୍ଦା ସବୁ ରଖିଦିଅ ଘରେ
ଭୂବନେଶ୍ବରକୁ ଚାଲ
ନବୀନ ସମୀର ଶୋଇଛନ୍ତି ଦୁହେଁ
ଚେତେଇଦେବା ହୋ ଚାଲ ।
ନିଘୋଡ଼ ନିଦରେ ଶୋଇଛନ୍ତି ଦୁହେଁ
ଚିନ୍ତା ନାହିଁ ଜମା ତାଙ୍କ
ପ୍ରାଥମିକ ଶିକ୍ଷା ମରଣ ଶେଜରେ
ଶିକ୍ଷାମନ୍ତ୍ରୀ ତୁମେ ଧିକ ।
ଛଅ ବର୍ଷ ହେଲା ବସିଅଛୁଁ ଘରେ
ନିଯୁକ୍ତି ର ଦେଖା ନାହିଁ
ସ୍କୁଲ ଗୁଡିକରେ ଶିକ୍ଷକ ନାହାନ୍ତି
ଶିକ୍ଷକ ନିଯୁକ୍ତି କାହିଁ ।
ଏଡେ ନିରିଦୟ ନବୀନ ସମୀର
ଟିକେ ତୁମ୍ଭ ଦୟା ନାହିଁ
ପ୍ରାଥମିକ ଛୁଆ ଶିକ୍ଷକ ମାଗଇ
ଟିକେ ଶୁଣ ନାହିଁ କାହିଁ ।
କେମିତି ପଢ଼ିବେ ପାଠ ଯେ ପି
ଲାଏ
କୋଠା ଘର ଠିକ୍ ନାହିଁ
ଗୋଟିଏ କୋଠାରେ ଚାରି ଗୋଟି ଶ୍ରେଣୀ
ପଢୁଛନ୍ତି ଏଠି କାହିଁ ।
ଯବାବ୍ ଦିଅ ହେ ଶିକ୍ଷା ମନ୍ତ୍ରୀ ତୁମେ
ମିଛ କୁହ କାହିଁ ପାଇଁ
ସ୍କୁଲ ଗୁଡିକରେ ଶିକ୍ଷକ ଅଛନ୍ତି
ବୋଲି କୁହ କାହିଁ ପାଇଁ ।
କାହିଁ ଅତ୍ୟାଚାର କରୁଅଛ ତୁମେ
ଛୋଟ ଶିଶୁଙ୍କ ଉପରେ
ଓଡ଼ିଶାକୁ ତୁମେ ଦୁର୍ବଳ କରୁଛ
ଶିକ୍ଷାକୁ ରଖିକି ଦୂରେ ।
ହେତୁ ଜ୍ଞାନ ଯଦି ତୁମର ଅଛି ହେ
ଶିକ୍ଷକ ନିଯୁକ୍ତି ଦିଅ
କନିଷ୍ଠ ଶିକ୍ଷକ ନିଯୁକ୍ତି ଦେଇକି
ସମ୍ମାନ ଫେରାଇ ନିଅ ।
ନହେଲେ ଦେଖିବ ଭୂବନେଶ୍ବର ରେ
ଉଠିବ ନିଯୁକ୍ତି ସ୍ବର
କମ୍ପମାନ ହେବ ରାଜଧାନୀ ରାସ୍ତା
ତୁମେ ହେବ ଥରହର ।
ଜାଗରେ ଜାଗରେ ଶିକ୍ଷକ ଆଶାୟୀ
ନିଯୁକ୍ତି ମାଗିବା ଚାଲ
ନିଜ ଅଧିକାର ନିଜ ହାତେ ଅଛି
ଛଡେଇ ଆଣିବା ଚାଲ ।