ମାୟାର ସଂସାର
ମାୟାର ସଂସାର


ମୋର ମୋର ବୋଲି କେତେ ତୁ କହୁଛୁ
କେହି ନୁହଁ ଏଠି ଆପଣାର
ମରିଗଲେ ତୁହି ନ ଯିବେ ସାଥେ କେହି
ସାଙ୍ଗ ସାଥି ପରିବାର ।
ଆତ୍ମା ଛାଡିଯାଏ ଦେହରୁ ତୋହର
ରହିଯାଏ ଖାଲି ସୁନ୍ଦର ଶରୀର
ଯେଉଁ ଦେହକୁ ଏତେ ସଯାଉ
ଜାଣୁ ନାହୁଁ କିରେ ସିଏ ନୁହଁ ତୋର ।
ରକ୍ତ ମାଂସ ତୋର ମଶାଣି ଖାଇବ
ପଡ଼ି ରହିଥିବ ଖାଲି ହାଡ଼ କଙ୍କାଳ
ଦଶ କ୍ରିୟା ଯାଏ ଝୁରି ହେବେ ତୋତେ
ଦ୍ବାଦଶ କ୍ରିୟାରେ ଆଉ ନ ଶୁଭେ କୋଳାହଳ ।
ରହିବନି ଆଉ ଚିହ୍ନ ବର୍ଣ୍ଣ କିଛି
ସବୁ ଲିଭିଯିବ ସମାଧିରେ ତୋର
ବେଳ ଥାଉ ଥାଉ ସୁଧୁରି ଯାଆ ତୁ
ଏଇ ତ ହେଉଛି ମାୟାର ସଂସାର ।