ମନ ମୋର ନୀଳରଙ୍ଗୀ ସମୁଦ୍ର
ମନ ମୋର ନୀଳରଙ୍ଗୀ ସମୁଦ୍ର
ମନ ମୋର ନୀଳରଙ୍ଗୀ ସମୁଦ୍ର
କେବେ ସେ ପବିତ୍ର ବେଦର ମନ୍ତ୍ର,
କେବେ ସେ ପ୍ରଣବ ଧ୍ୱନି ଓଁକାର,
କେବେ ପୁଣି ସାଜେ ଝଡ଼ ହୁଙ୍କାର।
ମନ ମୋର ନୀଳରଙ୍ଗୀ ସମୁଦ୍ର
କେବେ ସେ ସବୁଜରଙ୍ଗ ସାତ୍ତ୍ଵିକର,
କେବେ ସେ ନାରଙ୍ଗୀରଙ୍ଗ ରାଜସର,
କେବେ ପୁଣି କଳାରଙ୍ଗ ତାମସର।
ମନ ମୋର ନୀଳ ରଙ୍ଗୀ ସମୁଦ୍ର
କେବେ ସେ ହସ ନିଷ୍ପାପ ଶିଶୁର,
କେବେ ସେ ଆଶା କୁଆଁରୀ ମନର
କେବେ ତ ଭରସା ଅଟେ ବାର୍ଦ୍ଧକ୍ୟର।
ମନ ମୋର ନୀଳରଙ୍ଗୀ ସମୁଦ୍ର
କେବେ ସେ ସ୍ଥିର ଜଳ ସରସୀର,
କେବେ ସେ କଳନାଦ ନିର୍ଝରର,
କେବେ ପୁଣି ଢେଉ ଅଶାନ୍ତ ସିନ୍ଧୁର।
ମନ ମୋର ନୀଳରଙ୍ଗୀ ସମୁଦ୍ର
କେବେ ସେ ବରଷା ସ୍ପର୍ଶ ଶୀତଳର,
କେବେ ସେ ବସନ୍ତ ଛୁଆଁରୋମାଞ୍ଚର,
କେବେ ପୁଣି ଗ୍ରୀଷ୍ମ ପ୍ରଚଣ୍ଡ ରୌଦ୍ରର,
ମନ ମୋର ନୀଳରଙ୍ଗୀ ସମୁଦ୍ର
କେବେ ସେ ପାରିଜାତ ଅଟେସ୍ଵର୍ଗର, କେବେ ସେ ଗୋଲାପ ପ୍ରିୟସଭିଙ୍କର,
କେବେ ପୁଣି ବଣମଲି ଅଟେବଣର।