STORYMIRROR

CHINMAYEE PRADHAN

Romance Tragedy Classics

4  

CHINMAYEE PRADHAN

Romance Tragedy Classics

ଆଜି ଆକାଶରେ ଜହ୍ନ ନାହିଁ

ଆଜି ଆକାଶରେ ଜହ୍ନ ନାହିଁ

1 min
226


ଆଭା ଗଲା ହଜି ପାଉନାହିଁ ଖୋଜି 

ଆତ୍ମ ପ୍ରତ୍ୟୟ ତା ଗଲା କାହିଁ,

ନିସ୍ତବ୍ଧ ନିଶ୍ଚଳ ହୋଇଗଲା ନଭ

ଆଜି ଆକାଶରେ ଜହ୍ନ ନାହିଁ।



ଅମା ଅନ୍ଧକାର ମାଡ଼ି ମାଡ଼ି ଆସେ

ଅର୍ଣ୍ଣଜ କରିଛି ଆଚ୍ଛାଦିତ,

ଆଶ୍ଳେଷ ପାଇଁକି ଅନାଇ ସେ କଇଁ

ଆଶଂସିତ ପୁଣି ଆଶଙ୍କିତ।


ଆସଙ୍ଗ ତାହାର ଅବଶ୍ୟ ଘଟିବ 

ଆଶା ସେ ରଖିଛି ହୃଦୟରେ,

ଆବରକ ସେହି ଆପେ ଘୁଞ୍ଚିଯିବ

ଆପ୍ତି ହେବ ପ୍ରେମ ତା ଅଚିରେ।


ଆକୀର୍ଣ୍ଣ ହୃଦୟ କେବେ ହୁଏ କ୍ଷୁଣ୍ଣ 

ଆକୁଞ୍ଚିତ ହୁଏ ତା'ର ମନ,

ଆକାଂକ୍ଷା ସବୁକୁ ଫିଙ୍ଗି ଦିଏ ଦୂରେ

ଆଚମ୍ବିତ କରେ ଆଚରଣ।


ଆହାଃ କି ଦାରୁଣ ଅଟଇ ବିଚ୍ଛେଦ 

ଅସହ୍ୟ ଅତ୍ୟନ୍ତ ସେ ବେଦନା ,

ଆସ୍ୟା ପାଶୁ ଖାଦ୍ୟ ଛଡ଼ାଇଣ ନେଲେ 

ଆସ୍ବାଦୀ ଲଭେ ଯେଉଁ ଯନ୍ତ୍ରଣା।


ଆୟତ୍ତରେ ରହୁନାହିଁ କଇଁ ମନ 

ଆହୁତି ଦେଇଛି ସେ ଲଜ୍ଜାକୁ,

ଆଜି ଆକାଶରେ ଜହ୍ନ ନାହିଁ ବୋଲି 

ଅଲାଜୁକୀ ହେଇ ଖୋଜେ ପ୍ରିୟକୁ।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance