Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Romance

4.0  

Jagannath Barik

Romance

ପ୍ରେମମୟୀ ତୁମେ

ପ୍ରେମମୟୀ ତୁମେ

1 min
386


ସରଗ ରାଇଜ ସୁଷମା ମାଧୁରୀ ସେନେହ ଶରଧା ନେଇ

ପ୍ରେମମୟୀ ତୁମେ ଆସିଲ ଓହ୍ଲାଇ ହସାଇ ମରତ ଭୂଇଁ |


ଖୋଜୁଥିଲା ମନ ଯାହା ଚିରଦିନ କରିଦେଲ ପରିପୂର୍ଣ୍ଣ

ଧନ୍ୟ ଦୟାମୟ ଧନ୍ୟ ଲୀଳାମୟ କରିଲ ଜୀବନ ଧନ୍ୟ |


କେଉଁ ଭାଗ୍ୟବଳେ କୋଟି ପୁଣ୍ୟ ଫଳେ ପାଇଲି ସରଗ ତାରା

କି ଶୁଭ ବେଳାରେ ପ୍ରେମ କୁହୁକିନୀ ସହଜରେ ଦେଲା ଧରା |


ଭୁଲିଲି ଦିବସ ଭୁଲିଲି ରଜନୀ ଭୁଲିଲି ସାରା ସଂସାର

କରି ଜପା ମାଳି ପ୍ରେମର ସଙ୍ଖାଳି କଲି ତାକୁ ଗଳାହାର |


ଦିନ ପରେ ଦିନ ମାସ ପରେ ମାସ ବର୍ଷ ପରେ ଯାଏ ବର୍ଷ

ଜାଣି ପାରେନାହିଁ ପାଣି ପରି ବହି ଯାଏ କାଳ ନିରଙ୍କୁଶ |


ଶୁଷ୍କ ମରୁଭୂମି ସୁଜଳା ସୁଫଳା କରିଦେଲ ପ୍ରେମଶୀଳା

ପଳିତ ବାର୍ଦ୍ଧକ୍ୟେ ଉତ୍ତାଳ ଯୌବନ ଖେଳାଇଲ କାମକଳା |


ଶତ ସିଂହବଳ ଭରିଦେଲ ତୁମେ ହୋଇଲି ବିଶ୍ୱବିଜୟୀ

ଜନମେ ଜନମେ ସାତ ଜନମରେ ଭୁଲି ନପାରିବି ସହୀ |


ଚାରୁ ସୁଧାବୋଳା ସେନେହ ସରଣୀ ମୋ ପାଇଁକି ମୁକ୍ତିପଥ

ଚନ୍ଦ୍ରମା ବଦନୀ ଚିତ୍ତ ବିମୋହିନୀ କାମ ସାଗର ବୋଇତ |


 ଓଠରୁ ଝରଇ ସ୍ନେହ ସୁଧା ବାରି ହସରୁ ଝରଇ ମହୁ

ଭୁଲି ଯାଏ ଦୁଃଖ ଯାତନା ଯେତେକ କଥା ପଦେ କହୁ କହୁ |


ପରଶେ ହସିଲା ମୋ ସୁନା ସଂସାର ଖେଳିଲା ସମ୍ପଦ ଶିରୀ

ପଲ୍ଲବିତ ହେଲା ଉଜୁଡ଼ା କାନନ ବସନ୍ତ ଆସିଲା ଫେରି |



Rate this content
Log in

Similar oriya poem from Romance