STORYMIRROR

Ajay kumar Behera

Romance

4  

Ajay kumar Behera

Romance

"ରୂପସୀ ହୋଇଛ ଏତେ"

"ରୂପସୀ ହୋଇଛ ଏତେ"

1 min
25

"ରୂପସୀ ହୋଇଛ ଏତେ"

----------------------------------------

ନୀଳ ଆକାଶର

ନୀଳ କଇଁ ତୁମେ

ମୁରୁକି ମୁରୁକି ହସ

ତୁମ ରୂପ ରଙ୍ଗ

ଆହା କି ସୁନ୍ଦର

ମହ ମହ ଖାଲି ବାସ।୧।


ଇନ୍ଦ୍ରଧନୁ ଠାରୁ

ସାତ ରଙ୍ଗ ନେଇ

ରୂପସୀ ହୋଇଛ ଏତେ

ବିକଳ ମନ ମୋ

ନିତି ଖୋଜୁ ଥାଏ

ତୁମରି ପରଶ ସତେ।୨।


ଫୁଲଠୁ ସୁନ୍ଦର

ନଈଠୁ ଚଞ୍ଚଳ

ଲାଗୁଅଛ ତୁମେ ମୋତେ

ଅଳପ କଥାରେ

ଟିକିଏ ହସରେ

ନିଜର ଲାଗୁଛ କେତେ।୩।


ଭଲ ମୁଁ ପାଉଛି

ମନ ମୁଁ ଦେଇଛି

ଭୁଲିବି କେମିତି କୁହ

ସମୟ ଆସିଲେ

ହାତ ମୁଁ ଧରିବି

ମିଥ୍ୟା ମୋର କଥା ନୁହଁ।୪।


ଜହ୍ନ ଆଲୁଅରେ

ଚିଠି ମୁଁ ଲେଖୁଛି

ଭାବ ରାଜ୍ୟେ ହଜି ଯାଇ

ସିନ୍ଧୁ ଦରିଆରେ

ଗାର ଟାଣୁ ଅଛି

ତୁମ ପ୍ରେମେ ମଜ୍ଜି ରହି।୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance