Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramodini Parichha

Romance

4  

Pramodini Parichha

Romance

ଶ୍ରାବଣୀ

ଶ୍ରାବଣୀ

1 min
312


ଭିଜା ଭିଜା ସେଇ ମାଟିର ବାସ୍ନାରେ

    ଭିଜିଛି ଆଜି ମୋ ମନ

ବତୁରି ଯାଇଛି ଜୀବନ ପରାଣ

    ଆହ୍ଲାଦିତ ତନୁ ମନ ।


ସବୁଜ ଶ୍ୟାମଳ ଶାଖା ତରୁ ଡାଳେ

     ଭ୍ରମର ଖେଳୁଛି ଦୋଳି

ସରୋବର ମଧ୍ୟେ କୁମୁଦର ଶୋଭା

     କିଏ ସେ ପାରିବ କଳି ।


ନାଲି ଓଠ ଧାରେ ମନ୍ଦ ମନ୍ଦ ହସ

    ସାଧବ ବୋହୁର ଚାଲି

ବେଙ୍ଗ ବେଙ୍ଗୁଲୀର ପୀରତି ପସରା

    ହେବନାହିଁ କେବେ ଭୁଲି ।


ଅସରା ଅସରା ଜଳବିନ୍ଦୁ ଧାରା

   ଶ୍ରାବଣ ଦେଇଛି ମେଲି

ସ୍ରୋତସ୍ବିନୀ ଧାଏଁ ପ୍ରବଳ ବେଗରେ

   ସାଗର ଛୁଇଁବ ବୋଲି ।


ସକଳ କାମନା ପୂର୍ଣ୍ଣ କରେ ସେ ତ

    ଜଗତର ହିତକାରୀ

ଶ୍ରାବଣୀ ନାମ ଯେ ଅଟଇ ତାହାର

    କେହି ନୁହେଁ ତା'ର ସରି ।


Rate this content
Log in

Similar oriya poem from Romance