STORYMIRROR

Pramodini Parichha

Romance Tragedy

4  

Pramodini Parichha

Romance Tragedy

ସମ୍ପର୍କ

ସମ୍ପର୍କ

1 min
361

ନୀଳସାଗରର

    ନୀଳ ଉର୍ମୀମାଳା

        ନାଚିନାଚି ଯାଉଥିଲା

ଅଜଣା ନାବିକ

    ଆଖି ଇସାରାରେ

       ମନକୁ ଚୋରାଇ ନେଲା,,

ନୀଳ ନୀଳ ଆଖି

    ସତେ ଗଲା ଲାଖି

       ସମୟ ଗଲା ଚହଲି

ଚହଲା ପାଣିରେ

   ଖସିଗଲା ଗୋଡ

       ଆଉ ନପାରିଲା ଭୁଲି,,

ନୀଳ ନଭ ରାଶି

     ଦେଉଥିଲା ହସି

       ପବନରେ ଝୁଲି ଝୁଲି

ପ୍ରେମ ଝୁଲଣରେ

     ଝୁଲୁଥିଲା ସଖି

        ଭାବର ବୋଇତ ମେଲି,,

ବଦଳିଲା ଗତି

    ବଦଳିଲା ସ୍ମୃତି

       ସଂମ୍ପର୍କ ଫରୁଆ ଖୋଲି

ନିଜର ଯେତେକ

    ଆବୋରି ବସିଲା

       ବାକିସବୁ ଦେଲା ଠେଲି,,

ସମୟ ସମ୍ପର୍କ

    ଉଭୟେ କ୍ଷତାକ୍ତ

        ଠିକଣା ହଜିଛି ବୋଲି

ତତଲା ଲୁହରେ

     ଥରିଲା ହୃଦୟ

        ହସୁଥିଲା ଚୋରାବାଲି,,


Rate this content
Log in

Similar oriya poem from Romance