STORYMIRROR

କବିଶ୍ରୀ ଅକ୍ଷୟ କୁମାର ବେହେରା

Romance

4  

କବିଶ୍ରୀ ଅକ୍ଷୟ କୁମାର ବେହେରା

Romance

ଏ କି ପ୍ରେମ

ଏ କି ପ୍ରେମ

1 min
294

ମଥା ଛୁଇଁ ମୋର କଥା ଦେଇଥିଲ

ବାଟ ଚାଲିବାକୁ ସାଥେ,

ଯେତେ ଝଡ଼ ଝଞ୍ଜା ଆସିଲେ ଜୀବନେ

ଛାଡ଼ିବନି କେବେ ମତେ ।


ଆଉ କାହା ହାତ ଧରିବ କେମିତି

ବୁଝିମୁଁ ପାରୁନି ସତେ,

କୋଉଁ ସ୍ବାର୍ଥ ପାଇଁ ଅତୀତକୁ ଭୁଲି

ବଦଳି ଗଲଣି ଏତେ ।


ଏତେ କଥା ଯଦି ମନେ ତୁମ ଥିଲା

ଭଲପାଉଥିଲ କିଆଁ

ସହି ମୁଁ ପାରୁନି ନିତି ଜଳାଉଛି

ପ୍ରେମର ବିରହ ନିଆଁ ।


କେମିତି ଭୁଲିବି ତୁମ ଆଲିଙ୍ଗନ

ମଧୁଝରା ଓଠ ଛୁଆଁ,

ଫିକା ଫିକା ସେଇ ଜହ୍ନ ଆଲୁଅରେ

ଲୁଚି ଆସୁଥିଲ ପ୍ରିୟା ।


ପ୍ରିୟା ତୁମ ପାଦ ପାଉଁଜି ଶବଦ

ମନେ ଆଣେ ମୋର ଭ୍ରମ,

ଯାହା କରିଥିଲି ତୁମ ପାଇଁ ସବୁ

ବୃଥା ଗଲା ମୋର ଶ୍ରମ ।


ଦୁନିଆଁ ଆଗରେ ଆମ ସମ୍ପର୍କର

ଦେବି କି ଯେ ନୂଆ ନାମ

ବାରମ୍ବାର ମନେ ଆସେ ଏଇ ପ୍ରଶ୍ନ

ଥିଲା ତୁମ ଏ କି ପ୍ରେମ ।


Rate this content
Log in

Similar oriya poem from Romance