Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

କବିଶ୍ରୀ ଅକ୍ଷୟ କୁମାର ବେହେରା

Classics

3  

କବିଶ୍ରୀ ଅକ୍ଷୟ କୁମାର ବେହେରା

Classics

ଗୁରୁ

ଗୁରୁ

1 min
194



ପିତା-ମାତା ଦୁହେଁ ଆଦ୍ୟଗୁରୁ ଆମ

ସବୁଠୁ ଅତି ନିଜର,

ସୁଖ ହେଉ ଦୁଃଖ ସାଥେ ସଦା ଥାନ୍ତି

ଦୁହେଁ ଜୀବନ୍ତ ଠାକୁର ।


ଗୁରୁ ଶିକ୍ଷାଦାତା ଗତି ମୁକ୍ତିଦାତା

ଗୁରୁ ସାକ୍ଷାତ ଇଶ୍ବର,

ଗୁରୁମା' ମାତୃତ୍ବ ପ୍ରେମ, ମମତାରେ

କରନ୍ତି ସ୍ନେହ ଆଦର ।


ଗୁରୁଜନ ମାନେ ଅତି ଆପଣାର

ଦେଉଥାନ୍ତି ନୀତି ଶିକ୍ଷା,

କହନ୍ତି ବୁଝାଇ କୋଉଁ ବାଟେ ଗଲେ

ନିଜକୁ କରିବ ରକ୍ଷା ।


ଜୀବନ ପଥରେ ଚାଲିବାକୁ ହେଲେ

ଗୁରୁ ଲୋଡ଼ା ଯେ ନିତ୍ୟାନ୍ତ,

ସାନ କିମ୍ବା ବଡ଼ ଯିଏ ଶିକ୍ଷା ଦେଲେ

ଗୁରୁ ବୋଲି ବିବେଚିତ ।


ଶିକ୍ଷାଦାତା ବୋଲି ଗୁରୁ ଏ ଜଗତେ

ଉଡୁଅଛି ତୁମ ନେତ,

ଦୀନ ଅକିଞ୍ଚନ ଅକ୍ଷୟର ଘେନ

କୋଟି କୋଟି ଦଣ୍ଡବତ ।




Rate this content
Log in

Similar oriya poem from Classics