Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

କବିଶ୍ରୀ ଅକ୍ଷୟ କୁମାର ବେହେରା

Classics

4  

କବିଶ୍ରୀ ଅକ୍ଷୟ କୁମାର ବେହେରା

Classics

ବନ୍ଧୁ

ବନ୍ଧୁ

1 min
330



ଜଗତ ଗୋସାଇଁ ଆହେ ଦୀନବନ୍ଧୁ

ତୁମ ବିନା କେବାଅଛି,

ତୁମ ପରି ବନ୍ଧୁ ଜୀବନେ ମୋ ଥିଲେ

ଡର ନାହିଁ ଆଉ କିଛି । 

    

ସୁଖରେ ଦୁଃଖରେ ପାଶେ ମୋ ରହିବ

ହାତ ଧରି ଚାଲୁଥିବି,

ଯେତେ ଝଡ଼ ଝଞ୍ଝା ଆସୁ ପଛେ କେବେ

ତୁମ ସାଥେ ରହିଥିବି ।


ପ୍ରକୃତ ବନ୍ଧୁ ଯେ ପାଖ ଛାଡେ ନାହିଁ

ଯେତେ ଆସିଲେ ବିପଦ,

ପାଖେ ଆସିକରି ଠିଆ ହୋଇଥାଏ

ନଥାଉ ଧନ ସମ୍ପଦ ।


କୃଷ୍ଣ ସୁଦାମା ଙ୍କ ବନ୍ଧୁତା ର କଥା

ରହିଛି ଉଦାହରଣ,

ଧନି ଗରିବର ଭେଦ ରହେନାହିଁ

ଦୁଇ ଦେହ ଏକ ମନ ।


ଏ ବନ୍ଧୁତାରେ କାହା ନଲାଗୁ ନଜର

ଆହେ ପ୍ରଭୁ ଜଗନ୍ନାଥ,

ଏତିକି ମାଗୁଣି ତୁମ ପାଦତଳେ 

ଆଶିଷରେ କର ତୃପ୍ତ ।


ମୋ ଜୀବନ ବନ୍ଧୁ ଆହେ ଦୀନବନ୍ଧୁ

ତୁମବିନା ନାହିଁ କେହି,

ଜୀବ ଗଲାବେଳେ ମୋ ପାଶେ ଆସିବ

ତୁମ ବାଟ ଥିବି ଚାହିଁ ।।



Rate this content
Log in

Similar oriya poem from Classics