Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

କବିଶ୍ରୀ ଅକ୍ଷୟ କୁମାର ବେହେରା

Classics

3  

କବିଶ୍ରୀ ଅକ୍ଷୟ କୁମାର ବେହେରା

Classics

ସ୍ବାଧୀନତା

ସ୍ବାଧୀନତା

1 min
176



ଭାରତ ମାତାର ସନ୍ତାନ ସଭିଏଁ ଅଟୁରେ ଭାରତ ବାସୀ,

ବିଭିନ୍ନତାରେ ଏ ଏକତା ଆମର ଦେଉଥାଏ ହସ, ଖୁସି ।


ହିନ୍ଦୁ, ମୁସଲିମ୍, ଶିଖ୍, ଖ୍ରୀଷ୍ଟିୟାନ ରହିଛନ୍ତି କେତେ ଜାତି,

ମିଳିମିଶି ସବୁ ଏଠାରେ ରହନ୍ତି ଏଇ ଆମ ବଡ଼ କିର୍ତ୍ତି ।


ଦୁଇଶହ ବର୍ଷ ଇଂରେଜ ଶାସନେ ଥିଲା ଯେବେ ଆମ ଦେଶ,

ଦେଶ ନାଗରିକ ପରାଧୀନ ହୋଇ ସହିଛନ୍ତି ଦୁଃଖ କ୍ଳେଶ ।


ଇଂରେଜ ବିରଧେ ସଂଗ୍ରାମ କରିଲେ ଭାରତର ବୀରଗଣ,

ଜାତି, ଭାଷା, ଧର୍ମ ଭୁଲି ଯାଇ ଲଢ଼ି ହୋଇଲୁ ଆମେ ସ୍ବାଧୀନ ।


ଉଣେଇଶ ଶହ ସତଚାଳିଶ ର ଅଗଷ୍ଟ ପନ୍ଦର ଦିନ,

ତ୍ରିରଙ୍ଗା ପତାକା ଉଡ଼ିଲା ଆକାଶେ ସତ ହେଲା ଆମ ସ୍ବପ୍ନ ।


ସ୍ବାଧୀନତା ଦିବସ ମନେ ରଖିବା ଆଜି ଅଟେ ସେହି ଦିନ,

ଆନନ୍ଦ ଉଲ୍ଲାସେ ଜୟ ଧ୍ବନି କରି କରୁଛୁ ସର୍ବେ ପାଳନ ।


ପଚସ୍ତରୀ ବର୍ଷ ବିତିଗଲା ହେଲେ ନାରୀ ଏଠି ପରାଧୀନ,

ଅନ୍ୟାୟ, ଅନୀତି ରାଜୁତି କରୁଛି ଗରିବଟା ହିନୀମାନ ।


ଏକ ହୋଇ ଯଦି ସଜାଗ ହୋଇବା ଦୁର୍ନୀତି ର ହେବ ନାଶ,

ସ୍ବାଧୀନତା ସ୍ବାଦ ସଭିଏଁ ପାଇବା ଓଠରୁ ଝରିବ ହସ ।



Rate this content
Log in

Similar oriya poem from Classics