Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

କବିଶ୍ରୀ ଅକ୍ଷୟ କୁମାର ବେହେରା

Classics

4  

କବିଶ୍ରୀ ଅକ୍ଷୟ କୁମାର ବେହେରା

Classics

ଶ୍ରୀଗଣେଶ

ଶ୍ରୀଗଣେଶ

1 min
284


ଶ୍ରୀଗଣେଶ ବିଘ୍ନହର୍ତ୍ତା 

ତୁମ ପାଦେ ଗଲି ଶରଣ,

ରକ୍ଷାକର ଏ ଅଧମକୁ 

କୃପାକରି ଡାକ ଶୁଣ ।


ସର୍ବ ଦେବାଦେବୀ ଠୁ ପ୍ରଭୁ 

ତୁମେ ଅଟ ଅଗ୍ରପୂଜ୍ୟ,

ତୁମରି ନାମରେ ଆରମ୍ଭ ଯେ 

ସକଳ ଶୁଭ କାର୍ଯ୍ୟ ।


ବିଦ୍ୟାଦାତା, ଜ୍ଞାନଦାତା ତୁମେ 

ହେ ପାର୍ବତୀ କୁମର,

ତୁମ ଜ୍ଞାନ ଦାନେ ଆଲୋକିତ 

ହେଉ ସାରା ସଂସାର ।


ଜଣା ନାହିଁ କିଛି ବୁଦ୍ଧି ଜ୍ଞାନ 

ମୁଁ ଗୋଟେ ଛାର ନର,

ଅଜ୍ଞାନ କୁ ମୋ ନାଶ କରି 

ଦିଅ ଜ୍ଞାନର ଭଣ୍ଡାର ।


ଲେଖନୀରେ ମୋ ଶକ୍ତି ଦିଅ 

ଏତିକି କରୁଛି ଅଳି,

ସମାଜ ମଙ୍ଗଳେ ଲେଖି କିଛି 

ଦୁଃଖକୁ ଦେବି ଫେଡ଼ି ।


ତୁମ ପାଦ ତଳେ ଶ୍ରୀଗଣେଶ

ଏତିକି ମାଗୁଣି ମୋର,

ଏ ସାରା ସଂସାରେ ଶାନ୍ତିଭରି

ଦୁଃଖ, କ୍ଳେଶ ହେଉ ଦୂର ।


ଲୋଡ଼ା ନାହିଁ ମୋର ନିଜ ପାଇଁ

କିଛି ଧନ ଦଉଲତ,

ଭକ୍ତି ଚିତ୍ତେ କରୁଅଛି ତୁମ

ପାଦେ କୋଟି ଦଣ୍ଡବତ ।


Rate this content
Log in

Similar oriya poem from Classics