ଜୀବନ କାହାଣୀ
ଜୀବନ କାହାଣୀ


ଜଗତର ନାଥ ହେ କଳା ସାଆନ୍ତ
ଶ୍ରୀମନ୍ଦିରେ ଥାଇ ଜଗତ ପାଳୁଛ,
ଶରଣ ମାଗୁଛି ଚରଣେ ତୁମର
କାହିଁକି ମୋ ପାଇଁ ନିଷ୍ଠୁର ହେଉଛ ।
ଜୀବନ ଦୀପରେ ତେଲ ସରିଯାଏ
କହିତ' ହେଉନି କେବେ ଲିଭିଯିବ,
ପଞ୍ଚଭୂତେ ଗଢ଼ା ଶରୀର ମଧ୍ୟରୁ
ପ୍ରାଣବାୟୁ ଟିକ ଛାଡ଼ି ଚାଲିଯିବ ।
ଛଅଖଣ୍ଡ କାଠ ମତେ ଲଡ଼ା ହେବ
ମଶାଣୀକୁ ବହି ନେବେ ନିଜ ଲୋକ,
ରାମନାମ, ହରିନାମ ଶୁଭୁଥିବ
ସାରା ପରିବାରେ ଖେଳିଯିବ ଶୋକ ।
ଦଶଦିନ ପାଳି ଶୁଦ୍ଧି ହୋଇ ଯିବେ
ଆନନ୍ଦେ ଖାଇବେ ଭୋଜି ଭାତ କରି,
ଧୀରେ ଧୀରେ ସବୁ ମନରୁ ଭୁଲିବେ
ନିଜ ଲୋକ କିଛିଦିନ ହେବେ ଝୁରି ।
କିଏ ବା ! ରହିଛି ମର୍ତ୍ତ୍ୟ ମଣ୍ଡଳରେ
ଶେଷ ହେବ ଦିନେ ଜୀବନ କାହାଣୀ,
ପାଦ ତଳେ ପ୍ରଭୁ ଜାଗା ଟିକେ ଦେବ
କିଛି ଲୋଡ଼ାନାହିଁ ଏତିକି ମାଗୁଣୀ ।