Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

କବିଶ୍ରୀ ଅକ୍ଷୟ କୁମାର ବେହେରା

Classics

3  

କବିଶ୍ରୀ ଅକ୍ଷୟ କୁମାର ବେହେରା

Classics

ବଣ ଭୋଜି

ବଣ ଭୋଜି

1 min
157



ପିଲାଙ୍କର ଖୁସି କହିଲେ ନସରେ 

ବଣଭୋଜି କଲେ ସାଥେ,

ସାଙ୍ଗସାଥୀ ମେଳେ ଏକାଠି ଖାଇଲେ

ଆନନ୍ଦ ମିଳଇ ଯେତେ ।


ଘରୁ କେ ଆଣଇ ହାଣ୍ଡି ଓ କଡ଼େଇ

କିଏ ଆଣେ କାଠ ଜାଳ,

ଚାଉଳ ସଉଦା ସାଙ୍ଗରେ ଆଣନ୍ତି

ଗଗରାରେ ଭରି ଜଳ ।


ରାନ୍ଧି ବସେ ଜଣେ ରୋଷେଇଆ ହୋଇଣ

ଜାଳି ଦିଏ କିଏ ନିଆଁ,

ଛୋଟ ପିଲାମାନେ ଆନନ୍ଦିତ ହୋଇ 

ଖାଇବା ପାଇଁ ଛାନିଆ ।


ପିଲାଦିନ କଥା ଭାବି ବସିଲାଠୁ

ଆଖିରେ ଆସଇ ଲୁହ,

ଆଜି ଜୀବନକୁ ଛନ୍ଦି ଦେଇଛି

ସଂସାରର ମାୟା ମୋହ ।




Rate this content
Log in

Similar oriya poem from Classics