ବନ୍ଦେ ଉତ୍କଳ ଜନନୀ
ବନ୍ଦେ ଉତ୍କଳ ଜନନୀ
କବିର କବିତା ହୃଦୟର ଭାଷା
ଓଠରୁ ଝରାଏ ହସ,
ଆଙ୍କିଦିଏ କବି ପ୍ରକୃତିର ଛବି
ଜନ୍ମଭୂମି କିର୍ତ୍ତି ଯଶ ।
ଉତ୍କଳ ସନ୍ତାନ ଗର୍ବେ ଆମ ମନ
ସଦାହୁଏ ଆନନ୍ଦିତ,
ସୁଖରେ ଦୁଃଖରେ ଆମରି ସାଥୀରେ
ମହାପ୍ରଭୁ ଜଗନ୍ନାଥ ।
ପରାଧୀନ ହୋଇ ସ୍ବତନ୍ତ୍ର ହରାଇ
ଥିଲା ଦିନେ ଆମ ରାଜ୍ୟ,
ଅନ୍ୟ ରାଜ୍ୟେ ପଶି ରହିଥିଲା ମିଶି
କିଏ ବା' କରିବ ଶର୍ଯ୍ୟ ।
ଫକୀର ମୋହନ ଆମ ଗଣ୍ଠିଧନ
ଗୋପବନ୍ଧୁ, ମଧୁବାବୁ,
ସ୍ବାର୍ଥ ବଳି ଦେଇ ଏକତ୍ରିତ ହୋଇ
ଲଢ଼ିଥିଲେ କେତେ ସବୁ ।
ଉଣେଇଶ ଶହ ଛତିଶ ମସିହା
ଏପ୍ରିଲ ପହିଲା ଦିନ,
ସ୍ବତନ୍ତ୍ରତା ପାଇ ଓଡ଼ିଶାର ଭୂଇଁ
ପାଇଲା ନିଜ ସମ୍ମାନ।
ଗଙ୍ଗା ଠାରୁ ଗୋଦାବରୀ ଆମ ରାଜ୍ୟ
ରହିଅଛି ସୀମାରେଖା,
ରଖିଥିବ ମନେ କହେଁ କାନେ କାନେ
ଆମ ହାତେ ତାର ରକ୍ଷା ।
ମୁଁ ଅଟେ ଅଜ୍ଞାନ ପ୍ରଣାମ ମୋ ଘେନ
ଏ ସମାଜର ଗୁଣି ଜ୍ଞାନୀ,
ଭକ୍ତି ପ୍ରେମ ହୃଦେ କହୁଛି ଆନନ୍ଦେ
ବନ୍ଦେ ଉତ୍କଳ ଜନନୀ ।।