ସ୍ମୃତିର ବର୍ଷା
ସ୍ମୃତିର ବର୍ଷା
ମୃଦୁ ମୃଦୁ ଶୀତଳ ପବନରେ
ଆଖି ପତା ମୁଦି ହେବା ପୂର୍ବରୁ
ପୁଣି,ତୁମର ସ୍ମୃତି ଉଜ୍ଜୀବିତ ହେଲା
ନିରୀହ ହୃଦୟ ର କଥା,ପ୍ରଶ୍ନ ଛଳରେ
ପୁଣି କାହିଁକି,ତୁମ ସ୍ମୃତି ର ବର୍ଷା ।
ମେଘ ସହିତ, ସୂର୍ଯ୍ୟଙ୍କ ଉତ୍ତପ୍ତ କିରଣ
ପରିବେଶ ଟିକିଏ ଭିନ୍ନ ଥିଲା
ଧୂଳି ଝଡ ର ବି ଭୟ ରହିଥିଲା
ପବନରେ ଉଡ଼ି,କିଛି ଧୂଳି ଆଖିକୁ ଲାଗିଲା
ଏହି ଅସମୟ ମୁହୂର୍ତ୍ତରେ
ପୁଣି କାହିଁକି,ତୁମ ସ୍ମୃତି ର ବର୍ଷା ।
ଯେବେ ତୁମେ ଚାଲିଗଲ
ମୌସୁମୀ ଆଖିରେ ବି ଲୁହ ଝରିଥିଲା
ଖୋଜୁଥିଲି ଗଳିକନ୍ଦି ,ରାସ୍ତା ଓ ଛକରେ
ଯେଉଁ ଖୁସି ଥିଲା ଆଖି ପଲକ ରେ
ଉଭେଇଗଲା କେଜାଣି କାହିଁକି
ପୁଣି କାହିଁକି,ତୁମ ସ୍ମୃତି ର ବର୍ଷା ।
ଶୁନଶାନ୍ ରାସ୍ତା ଓ ଆଖପାଖ
ଜୀବନର ସ୍ପୃହା କମିଗଲା
କେବଳ ଭାବନା ଓ ସ୍ବପ୍ନ ରେ ଦେଖିଲି
ସେଇ ଇଚ୍ଛା ଥିଲା,ହୃଦୟ ଭିତରେ
ପୁଣି ଗୁଞ୍ଜରିତ ହେଲା ମନ ହୃଦୟ ଭିତରେ
ପୁଣି କାହିଁକି,ତୁମ ସ୍ମୃତି ର ବର୍ଷା ।
ହୃଦୟ ର ସ୍ପନ୍ଦନ ବଢିଲା,ବିନା କାରଣ ରେ
ଉଜ୍ଜୀବିତ ହେଲା,ଅଭୁଲା ଅତୀତ
ମିଠା କଥା ଆଉ ପ୍ରୀତିର ପରଶ
ହୃଦୟ କହୁଛି,ପ୍ରଶ୍ନ ଆକାରରେ
ପୁଣି କାହିଁକି,ତୁମ ସ୍ମୃତି ର ବର୍ଷା ।
କିଛି ବି ନ ଥିଲା
ନା ମେଘର ଗର୍ଜନ,ନା ବିଜୁଳି ଚମକ
ମେଘ କାହିଁକି ଘେରିଲା ଚାରି ପାରୁଶରେ
ସେ ତ ମୋ ସାଥୀ,ସାଥିରେ ହିଁ ଥିଲା
ପବନରେ ଉଡିଗଲା କାହିଁକି ଦୂରକୁ
ପୁନର୍ବାର କାହିଁକି,ତୁମ ସ୍ମୃତି ର ବର୍ଷା।
ତୁମ ବିନା ହୃଦୟ ଏବେ ବି ଝୁରୁଛି
ଆଖି କୋଣରେ ଆଖିଏ ଆଖିଏ ଲୁହ
ପ୍ରେମ ର ସାର୍ଥକ ପାଇଁ ଅସହ୍ୟ ଯନ୍ତ୍ରଣା
ରାତି ସାରା ଆଖି ଖୋଲି ଶୂନ୍ୟ କୁ ଚାହିଁଛି
ନିଜକୁ ନିଜର ପ୍ରଶ୍ନ
ପୁଣି କାହିଁକି,ତୁହାକୁ ତୁହା
ସେଇ ସ୍ମୃତି ର ବର୍ଷା ।

