STORYMIRROR

Reeta aparajeeta Mohanty

Romance

4  

Reeta aparajeeta Mohanty

Romance

ଶ୍ରାବଣୀ ଆସିଛି ଶ୍ରାବଣ ନେଇ

ଶ୍ରାବଣୀ ଆସିଛି ଶ୍ରାବଣ ନେଇ

1 min
236


ମେଘ ପାଲିଙ୍କିରେ

ବାଦଲ ସଵାରୀ ଶ୍ରାବଣୀ 

ଶ୍ରାବଣ ନେଇ ।

ଫଟlମାଟିରେ ଲୁହ ଦେଖି

ପାରିଲାନି ସମ୍ଭାଳି ଧାଇଁ ଆସିଲା

କଳା ମେଘ ଶାଢ଼ୀକୁ ବିଜୁଳିର

ଧଡି ଇନ୍ଦ୍ରଧନୁ ଛଟା ନେଇ।

ଶ୍ରାବଣୀ ଆସିଛି ଶ୍ରାବଣ ନେଇ ।

ଆତୁର ଚିତ୍ତରେ ଅପେକ୍ଷା କରିଥିଲା

ଚାଷୀ ଶଦ୍ଦରେ ଆଙ୍କି ହେବ ତାକୁ ଖୁସି।

କୁନ୍ଦୁରି କଲରା ହସେ 

ନାନା ଜାତି ଶାଗ 

ବାଡ଼ି ବଗିଚା ଦିଶେ ସବୁଜ।

ଶ୍ରାବଣ ଆସିଛି ଶ୍ରାବଣୀ ନେଇ ।

ଏ ମାସରେ କାଉଡ଼ିଆ ସୋମ ବାରିଆ

ଶିବଙ୍କୁ ଜଳ ଢାଳିବାରେ ଭିଡ଼ ।

ଏ ମାସ ପବିତ୍ର ପର୍ଵ ରାକ୍ଷୀ ଆସେ

ଭାଇକୁ ବାନ୍ଧିବାକୁ ରାକ୍ଷୀ ଉଛନ୍ନ ଭଉଣୀର ମନ।

ଶ୍ରାବଣ ଆସିଲେ ଘରେ ଜମେ

ଚା ପକୁଡି ଆସର।

ବାପା କୁହଁନ୍ତି ଆଉ କପେ ହେଉ

ବୋଉ ମୁହଁ ରାଗରେ ଜର ଜର।

ସେ ଯାହା ହେଉ ଓଦା ସର ସର 

ବର୍ଷାରେ ଭିଜିବାର ମଜା ନିଆରା

ବିଲୁଆ ନନା ର ଛୋଟ ବେଳେ

ଗାଉଥିବା ଗୀତ ରୁ ପଦେ

ମନେପଡେ ବର୍ଷା ହେଉଛି ଖରା ହେଉଛି ବିଲୁଆ ନନା

ବାହା ହେଉଛି।

ଶ୍ରାବଣ ଆସିଛି ଶ୍ରାବଣୀ ନେଇ 

ସବୁ ଭଲ ଟିକେ ବର୍ଷl ହେଲେ

ଏଠିକା ସଡ଼କର ହାଲ ବେହାଲ।

ମେଟ୍ରୋ ଆଉ ବମ୍ବେ ଯଦି ସଡ଼କ

ଅବସ୍ଥା ପାଣିରେ ଗାଡି ଭାସେ।

ଆମ ଗାଁ ରାସ୍ତା କଥା ଛାଡି ଦିଅନ୍ତୁ।

ଏ ପରିସ୍ଥିତି କିପରି ହେବନି

ସଭିଏଁ ଟିକେ ଚିନ୍ତା କରିବା

ତାହେଲେ ସିନା ସଭିଏଁ ଚା କି

କଫି କପ ଧରି ଗୀତ ଗାଇଲା

ପରି ସ୍ଵାଗତ କରନ୍ତେ।

ମେଘର ପାଲିଙ୍କିରେ ବାଦଲର 

ସବାରୀର ଶ୍ରାବଣ ଆସିଛି ଶ୍ରାବଣ ନେଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance