STORYMIRROR

Reeta aparajeeta Mohanty

Romance

3  

Reeta aparajeeta Mohanty

Romance

ସବୁଠାରୁ

ସବୁଠାରୁ

1 min
14


ତା ହସରେ ଲକ୍ଷେ ପଦ୍ମ ଫୁଟେ

ଋଷିଲେ ସାରା ଆକାଶ ମୁହଁ ଫୁଲେଇ

ବସେ ।

ତା ପ୍ରତିପାଦରେ ମଳୟ ଆସେ

ଫୁଲ ଆନମନା ହୁଏ।

ଝରଣା ଗୀତ ଗାଏ

ସବୁଠାରୁ ଭଲ ମୋ ରାଣୀ କଣ୍ଡେଇ

ମୋ ଘରର ଘରଣୀ ମୋ ହୃଦୟର

ରାଣୀ ।

ସେ ହସିଲେ ମୋ ଘର ଅଗଣା ହସେ

ସେ ରାଗିଲେ ସବୁ ଜିନିଷ ଭାଙ୍ଗେ

ଭିଙ୍ଗା ଫିଙ୍ଗିରେ।

ସେ ଘରକୁ କରିଛି ଅମରlବତୀ 

ଦାନ୍ତ ପଡିଗଲେ ପାକୁଆ ପାଟିରେ

ସିଏ ଲାଗିବ ମୋ ପାଇଁ ସୁନ୍ଦରୀ।

ତା ସୁନ୍ଦର ହୃଦୟ ସଜାଡି ଦେଇଛି

ମୋ ଭଙ୍ଗା କୁଡ଼ିଆ।

ମୋ ଉଦାସ ମନ ମିଳିଛି ସୁନା ପଞ୍ଜୁରୀ।

ସବୁଠାରୁ ଭଲ ମୋ ରାଣୀ କଣ୍ଡେଇ

ମୋ ଛୁଆଙ୍କ ମା 

ମୋ ହୃଦ ରାଜଜେମା

ତା ଠି ନନ୍ଦନ ବନ ର ଶୋଭା

ହାତ ରନ୍ଧା ଠୁ ଗଭା ବନ୍ଧା

ସବୁ କଳl ଖୁନ୍ଧା।

ମୋ ଭାଗ୍ୟକୁ ଆକାଶର ଶରଗ ଶଶୀ

ମୋ ପାଖରେ।

ମୁଁ ସାରା ଜୀବନ ରାଣୀ କଣ୍ଡେଇକୁ

ମନ ଵନର ରାଣୀ କରି ରଖିବି।

ସବୁଠାରୁ ଭଲ ମୋ ରାଣୀ କଣ୍ଡେଇ

ଦେବୁନି ମତେ କେବେ ଭଣ୍ଡାଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance