STORYMIRROR

Reeta aparajeeta Mohanty

Inspirational

3  

Reeta aparajeeta Mohanty

Inspirational

ଅହିଂସା

ଅହିଂସା

1 min
194


ହିଂସାରେ ରାଜ୍ୟଜୟ କରି ହୁଏ

ମଣିଷର ହୃଦୟ ନୁହେଁ।

ସତ୍ୟ ଅହିଂସାକୁ ବାପୁ ତୁମେ ମୂଳମନ୍ତ୍ର କଲ ...।

ନାରୀ ସଶକ୍ତିକରଣ ଓ ସ୍ଵଛତାକୁ 

କଲ ଜୀବନର ମୂଳମନ୍ତ୍ର।

ତୁମେ ଜାଣିଥିଲ ମହାତ୍ମା 

ଯାହା ବାହୁ ବଳରେ 

କରି ହୁଏନା

ତା କରିପାରେ ଅହିଂସା....।

ତୁମ ଅହିଂସା ନୀତି ଆଗରେ ହାର

ମାନିଲା ଇଂରେଜର ତୋପ କମାଣ ବାରୁଦ ....।

ତୁମ ସତ୍ୟାଗ୍ରହ ଆନ୍ଦୋଳନ ଆଣିଥିଲା

ଏଇ ଭାରତରେ ସ୍ୱାଧୀନତା

ଆଜି ଆମ ଭାରତଭୂଇଁରେ

ଚାଲେ ହିଂସା ଓ ମିଥ୍ୟାର ରାଜୁତି

ତୁମ ରାମରାଜ୍ୟର ସ୍ୱପ୍ନ ଆଜି ଧୂଳିସାତ ....।

ଅକ୍ଟୋବର -୨ରେ ଗାନ୍ଧିଜୀଙ୍କ

ଜନ୍ମଦିନରେ ଆସ ସବୁ ଭଉଣୀ -ଭାଇ

ଆମେ ଶପଥ ନେବା

ଆଜିଠୁ ଅହିଂସାକୁ ପରମ ବ୍ରତ

କରିବା

ଜୀବକୁ ଦୟା କରିବା

ନାରୀକୁ ଦେବା ସମ୍ମାନ

ନିଜ ତ୍ୟାଗ ଓ ନିଷ୍ଠା ବଳରେ 

ଭାରତକୁ ରାମ ରାଜ୍ୟ କରିବା

ବିଶ୍ୱରେ ଭାରତ ପତକା ଫର ଫର 

କରି ଉଡେଇବା ।



Rate this content
Log in

Similar oriya poem from Inspirational