STORYMIRROR

Reeta aparajeeta Mohanty

Inspirational

3  

Reeta aparajeeta Mohanty

Inspirational

ମହାନୁଭବ ମୋହନ

ମହାନୁଭବ ମୋହନ

1 min
168


ହେ ମୋହନ ତୁମ ମହାନୁଭବରେ

ମଥାଯାଏଁ ନଇଁ......।

ତୁମେ ମୋହନ ଦାସ

 କରମଚାନ୍ଦ ଗାନ୍ଧୀ।

ତୁମେ ନିଜ ଦେଶର ସ୍ଵାଧୀନତା ପାଇଁ

ଅହିଂସାର ଲାଠି ନେଇ ଲଢ଼ିଛ।

ଗୁଳି ଗୁଳା ତରବାରୀ

ଯାହା କରିପାରିଲାନି

ତୁମ ଅହିଂସା ସେଇଟା କରିଦେଲା।

ଯେଉଁ ମାନେ ଦଳିତ ଥିଲେ ତୁମେ 

ଦେଲ ତାଙ୍କୁ ସମ୍ମାନ ।

ତୁମେ ଦିନେ କହିଥିଲ ଗାଁର ଉନ୍ନତି 

ହେଲେ ହେବ ଦେଶର ଉନ୍ନତି।

ତୁମ ଲବଣ ସତ୍ୟାଗ୍ରହ ଠୁ ଭାରତଛାଡ଼

ଆନ୍ଦୋଳନ ଆମକୁ ଦେଇଛି ସ୍ଵାଧୀନତାର 

ମିଠା ଫଳ ....…..।

ଜାତି ପିତା ତୁମ ପାଦତଳେ କୋଟି ପ୍ରଣତି

ତୁମ ପାଇଁ ହୋଇଛି ଦେଶ ସ୍ଵାଧୀନ

ଆହୁରି ଅନେକ ଅଭାବ ରହିଯାଇଛି।

ଶିକ୍ଷା ସଂସ୍କୃତି ସଂସ୍କାରରେ ।

ତୁମେ ଆସି ସଜାଡି ଦିଅନ୍ତି କି 

ବାପୁ ତୁମେ ଯେଉଁ ରାମ ରାଇଜର

ସ୍ୱପ ଦେଖିଥିଲ ଭାରତକୁ

ସେହିଭଳି ଗଢି ଦିଅନ୍ତି।

ଧର୍ମର ରକ୍ଷା ପାଇଁ

 ଈଶ୍ୱରର ଜନ୍ମ ନିଅନ୍ତି।

ତୁମ ଭାରତ ପାଇଁ ନିଜ ପିତା ପରି।

ଆସ ଆମ ଧରାକୁ ଆଉଥରେ

 ଆଉ ନକରି ଡେରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational