STORYMIRROR

DILIP KUMAR SAHOO

Inspirational

4  

DILIP KUMAR SAHOO

Inspirational

ପ୍ରାଣ ଥିବାଯାଏଲେଖୁଥାଏ ଗୀତ

ପ୍ରାଣ ଥିବାଯାଏଲେଖୁଥାଏ ଗୀତ

1 min
110

  

    ପ୍ରାଣ ଥିବାଯାଏ ଲେଖୁଥାଏ ଗୀତ

   """"""""""""""""""""""""""""""""""""""

 ଗୀତ ମୋ ଜୀବନ, କବିତା ସପନ

 କଥା କାହାଣୀ ରେ ଖୁସି

 ଲେଖେ ମୁଁ ନିଇତି "କଳ୍ପନା" କୁ ମୋର

 କଲମ କାଳିରେ ଚଷି

  

  ଶବ୍ଦକୁ ସଜେଇ ଭାବରେ ଭିଜେଇ

  ନିତି ଲେଖେ ନୂଆ ଗୀତ

  ଯାହାଙ୍କ ଆଦେଶେ ଯାହାଙ୍କ ନିର୍ଦ୍ଦେଶେ

  ତାଙ୍କ ପାଦେ ପ୍ରଣିପାତ


  ଭରିଦିଅନ୍ତି ସେ ଅସୀମ ପ୍ରେରଣା

  ସାଉଁଟିବା ପାଇଁ ଶବ୍ଦ

  ନିଶବ୍ଦ ରାତିରେ ଦିବା ଆଲୋକରେ

   ପ୍ରତିକ୍ଷଣେ ତୋଳି ଛନ୍ଦ


  ଭାବ ଭୁଲିଗଲେ ଭାଷା ନପାଇଲେ

  ଭରଷା ହୁଅନ୍ତି ମୋତେ

  ତାଙ୍କ ଇଶାରା ରେ ଗଢିଛି ଆଜି ମୁଁ

  ଶବ୍ଦର ସଉଧ ଯେତେ


   ନୂଆ ଭାବ ନୂଆ ଭାବନାରେ ଭିଜି

  ଅଜଣା ରାଇଜେ ହଜେ

  ଶବ୍ଦର ସଉଧ ଗଢିବା ପାଇଁକି

  ନୂଆନୂଆ ଶବ୍ଦ ଖୋଜେ


   କଳାରେ କଳାରେ ସେତ ଷୋଳକଳା

   ମୁଁ ତ ତାଙ୍କ କଳପନା

   ଭାବନା ରାଇଜେ ବୁଲାନ୍ତି ମୋତେ ସେ

   ମନରେ ଲଗାଇ ଡେଣା


  ପରି ରାଇଜରୁ ମେଘ ଉଆସ କୁ

   ଅଥଳ ସାଗର ତଳ

  ଗହନ ବନର ଦୂର୍ଗମ ମନକୁ

  ବୁଝିବାକୁ ଦେଇ ବଳ


  ସେ ମୋର ବିଶ୍ୱାସ ସେ ମୋର ନିଶ୍ୱାସ

  ପାଦରେ ତାଙ୍କର ଅଳି

  ପ୍ରାଣ ଥିବାଯାଏ ଲେଖୁଥାଏ ଗୀତ

  ଆଶିଷ ଦିଅନ୍ତୁ ଢାଳି  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational