DILIP KUMAR SAHOO

Abstract

3  

DILIP KUMAR SAHOO

Abstract

ମାତା ସନ୍ତୋଷୀଙ୍କ ଜନ୍ମ କଥା

ମାତା ସନ୍ତୋଷୀଙ୍କ ଜନ୍ମ କଥା

6 mins
11



ଜୟଜୟ ମାତା ସନ୍ତୋଷୀ ଗଣେଶ ଙ୍କ ନନ୍ଦିନୀ

ଦୟା କଲେ ମାଆ ବର୍ଣ୍ଣିବି ତୁମ ଜନ୍ମ କାହାଣୀ।

ଅଶେଷ ମହିମାମୟୀଗୋ ତୁମ ମହିମା ଗାନ

କରିବାକୁ ଭାବ ଭକ୍ତିରେ ମୋର ହେଉଛି ମନ।

ତୁମ ପୂଜା ବିଧି ବିଧାନ କରିବି ମା ବର୍ଣ୍ଣନ 

ତୁମ କଥା ଗାଥା ଗାଇବି ପାଦେ ରଖି ମୁଁ ଧ୍ଯାନ।


ମାତା ସନ୍ତୋଷୀ ଙ୍କ ଜନମ ବୃତ୍ତାନ୍ତ ଯେ ଅପୂର୍ବ 

ତାଙ୍କ ବଂଶାବଳୀ କଥାଟି ସେତ ଶୁଣିବା ଆଗ।

ପିତାମହ ତାଙ୍କ ଶଙ୍କର ପିତାମହୀ ପାର୍ବତୀ 

ଗଣେଶ କାର୍ତ୍ତିକ ଶିବଙ୍କ ଦୁଇ ପୁତ୍ର ଅଟନ୍ତି।

ପାର୍ବତୀ ଙ୍କ ମନ ଦୁଃଖ ଯେ ତାଙ୍କ ନଥିଲା ଝିଅ

ବେଳେ ବେଳେ ତେଣୁ ବଳେଇ ପଡେ ତାଙ୍କର କୋହ।


ଶଙ୍କର ଙ୍କ ସାଥେ ପାର୍ବତୀ ବୁଲୁଥିଲେ ଯେ ଦିନେ

କଳ୍ପ ବୃକ୍ଷଙ୍କୁ ସେ ଦେଖିଲେ ସ୍ବର୍ଗେ ଦେବ ଉଦ୍ଯାନେ।

ଦିବ୍ୟ ବୃକ୍ଷ ପାଶେ ମାଆ ଯେ ଭକତିରେ ଚଳିଲେ

କନ୍ୟା ଟିଏ ପାଇଁ ସେଠାରେ ମାତା କାମନା କଲେ ।

କଳ୍ପ ବୃକ୍ଷମୂଳେ କଳ୍ପନା ସେତ ହୋଇଲା ସତ

ମାତା ପାର୍ବତୀ ଙ୍କ କୋଳରେ କନ୍ୟା ହୋଇଲା ଯାତ ।


ସେ ସୁନ୍ଦରୀ କନ୍ୟା ପାର୍ବତୀ ଙ୍କର ଶୋକ ହରିଲା 

ନାମ ତେଣୁ ତାଙ୍କ ଅଶୋକ ସୁନ୍ଦରୀ ଯେ ହୋଇଲା ।

ଗଣେଶ କାର୍ତ୍ତିକ ଭାଇଙ୍କ ସେହି ଭଉଣୀ ଏକ

ଅଶୋକ ସୁନ୍ଦରୀ କରନ୍ତି ଶୋକ ସେ ଦୂରିଭୂତ ।

ରାକ୍ଷୀ ପୂର୍ଣିମା ରେ ଭାଇଙ୍କ ହାତେ ରାକ୍ଷୀ ବାନ୍ଧନ୍ତି 

ଭାଇ ମାନଙ୍କର ମଙ୍ଗଳ କାମନା ସେ କରନ୍ତି।


ମାତା ସନ୍ତୋଷୀଙ୍କ ଜନକ ପ୍ରଭୁ ଶ୍ରୀ ଗଣପତି 

ରିଦ୍ଧି ସିଦ୍ଧି ଗଣେଶ ଙ୍କ ର ଦୁଇ ପତ୍ନୀ ଅଟନ୍ତି।

ଲାଭ ଆଉ ଶୂଭ ତାଙ୍କର ଥିଲେ ଦୁଇ ସନ୍ତାନ 

ସୁଖେ କଇଳାଶେ ସେମାନେ ମିଶି କାଟନ୍ତି ଦିନ।

ରାକ୍ଷୀ ପୂର୍ଣିମା ରେ ଥରେଟି କଥା ହେଲା ଏମିତି 

ଲାଭ ଆଉ ଶୂଭ ଭଉଣୀ ପାଇଁ ମନ କଲେ ଟି।


ରାକ୍ଷୀ ପୂର୍ଣିମା ର ପ୍ରଭାତେ ସେ ଅଶୋକା ସୁନ୍ଦରୀ

ରାକ୍ଷୀ ବାନ୍ଧିବାକୁ ଆସିଲେ ଦେବୀ କୈଳାଶ ପୁରୀ ।

ଭାଇ ଗଣେଶଙ୍କ ହାତରେ ସେତ ରାକ୍ଷୀ ବାନ୍ଧିଲେ 

ପାଦରେ ପ୍ରଣାମ କରିଣ ସୁଖ କାମନା କଲେ।

ଲାଭ ଆଉ ଶୁଭ ଏ କଥା ଦେଖି ଆଶ୍ଚର୍ଯ୍ୟ ହେଲେ

ଗଣେଷଙ୍କୁ ରାକ୍ଷୀ ବନ୍ଧାର ରହସ୍ୟ ଯେ ପୁଛିଲେ ।


ପୁତ୍ର ଦୁହିଁଙ୍କୁ ତ କୋଳେଇ ଗଣେଶ ଯେ କହିଲେ

ସ୍ନେହରେ ଭଉଣୀ ବାନ୍ଧଇ ରାକ୍ଷୀ ଭାଇ ହାତରେ।

ନୁହେଁ ଏ ସାମାନ୍ୟ ସୁତା ଯେ ମମତାର ବନ୍ଧନ

ଭାଇ ଭଉଣୀଙ୍କ ମଧ୍ୟରେ ସମ୍ପର୍କ ଯେ ଅନନ୍ୟ।

ପିତାଙ୍କ ର କଥା ଶୁଣିଣ ସେହି ଶିଶୁ ଦିଜଣ

ଭଉଣୀ ପାଇଁକି ତାଙ୍କର ମନହେଲା ଉଚ୍ଛନ୍ନ।


ପିଲା ମାନଙ୍କର କଥା କୁ ଶୁଣି ଗଜ ବଦନ

ନିଜ ଶକତିରୁ ଜ୍ୟୋତି ସେ କଲେ ପ୍ରକଟ ଜାଣ ।

ରିଦ୍ଧି ଶିଦ୍ଧି ଙ୍କର ଶକ୍ତି ରେ ଜ୍ୟୋତି ମିଶି ଗଲା ଟି 

ତହିଁ ରୁ ସୁନ୍ଦରୀ କନ୍ଯା ଯେ ଏକ ହୋଇଲା ସୃଷ୍ଟି।

ମନେ ଭରିଦେଲେ ସନ୍ତୋଷ ଯେଣୁ ଦେବ କନ୍ୟାଟି 

ସନ୍ତୋଷୀ ତେଣୁ ଯେ ହୋଇଲା ଦେବୀ ଙ୍କର ନାମଟି।


ଶୁକ୍ରବାର ଦିନ ସନ୍ତୋଷୀ ହୋଇଥିଲେ ଜନମ 

ସେଥିପାଇଁ ସେହି ଦିନଟି ତାଙ୍କ ପୂଜାର ଦିନ।

ନିଷ୍ଠା ରେ ସେଦିନ ଦେବୀ ଙ୍କୁ ଯିଏ ପୂଜା କରନ୍ତି 

ଭବ ଯାତନା ରୁ ତାଙ୍କୁ ଯେ ମିଳେ ଶାନ୍ତି ମୁକତି।

ଅଭାବ କଷଣ ତାଙ୍କର ସବୁ ଯାଏ ଦୂରେଇ

ସୁଖ ସମୃଦ୍ଧି ରେ ଘର ଯେ ତାଙ୍କ ପୁରି ଉଠଇ ।


କୁଆଁରୀମାନେ ତ ସନ୍ତୋଷୀ ମାତା ପୂଜା କରିଲେ

ମନ ଲାଖି ବର ତାଙ୍କୁ ତ ନିଶ୍ଚେ ମିଳଇ ଭଲେ।

ବେକାରୀ ଜନ ତ ପୂଜିଲେ ମିଳେ କର୍ମ ସଂସ୍ଥାନ 

ମାଆଙ୍କ ଦୟାରୁ ନିର୍ଦ୍ଧନ କରେ ଧନ ଅର୍ଜନ।

ଅସୀମ ମହିମାମୟୀଙ୍କ କେତେ କଥା କାହାଣୀ 

ମହିମା କଥାଟି ତାଙ୍କର ସେତ ଯାଏ ବଖାଣୀ।


କାହିଁ କେତେ ବର୍ଷ ତଳର ଏହି କଥାଟି ଶୁଣ 

ରୁଦ୍ର ପୁର ନଗ୍ରେ ଥିଲେ ଟି ଜଣେ ସାଧବ ଜାଣ।

ସାଧବ ଙ୍କ ପତ୍ନୀ ନାମଟି ସେତ ରମା ଅଟଇ

ସାତ ପୁଅ ସାତ ବୋହୁ ଙ୍କୁ ନେଇ ଚଳନ୍ତି ସେହି।

ହସ ଖୁସି ଭରା ସଂସାର ହେଲେ ଦୁଃଖ ଗୋଟିଏ 

ଅଳସୁଆ ସାନ ପୁଅଟି କିଛି କରେନି ସିଏ ।


ସାନ ପୁଅ ନାମ ଜୟନ୍ତ ସାନ ବୋହୁ ସୁଶିଳା

ବିଚାରା ସେ ସାନ ବୋହୁ ଟି ନିନ୍ଦେ ଭାଗ୍ୟକୁ ଭଲା।

ଛଅ ଭାଇ କରି ବେପାର ଧନ ଅରଜି ଥାନ୍ତି 

ବସି ଶୋଇ ବାବୁ ଜୟନ୍ତ ତାଙ୍କ ଦିନ ବିତାନ୍ତି।

ଛଅ ବୋହୁ ଙ୍କର ଆଖିରେ ଏହି କଥା ଯାଏନି 

ସାଧବାଣୀ ସାନ ବୋହୁ କୁ ଜମା ସହି ପାରେନି।


ସୁଶିଳା କୁ ସାଧବାଣୀ ଯେ ଦିଏ ଭାରି କଷଣ 

ଗୁହାଳ ପୋଛାଏ ତା ହାତେ ମଜାଏ ଯେ ବାସନ।

ସମସ୍ତେ ତ ଖାଇସାରିବା ପରେ ବଳଇ ଯାହା

ସୁଶିଳାକୁ ଖାଇବାକୁ ଯେ ଶାଶୁ ଦିଅଇ ତାହା।

ରୋଜଗାର ନାହିଁ ସ୍ବାମୀ ର ତେଣୁ ସାନ ବୋହୁ ଟି

ନୀରବରେ ସବୁ ଯାତନା ସେତ ସହି ଯାଏ ଟି।


ଜୟନ୍ତ ଜାଣିଲା ଯେବେ ତ ମାଆ କରେ କପଟ

ସ୍ତ୍ରୀ କୁ ତାହାର ଦେଉଛି ନିତି ଯନ୍ତ୍ରଣା ସେତ ,

କାମ ଖୋଜି ଖୋଜି ଘରୁ ସେ ତାର‌ ବାହାର ହେଲା

ଏ ଗାଆଁ ସେ ଗାଆଁ ବୁଲି ସେ ବହୁ ଦୂରେ ଚଳିଲା।

ଦିନ ଦିନ ବିତି ଗଲା ଯେ କାମ ମିଳିଲା ନାହିଁ 

ଭୋକ ଉପାସରେ ଜୟନ୍ତ ଗଲା ଅବସ ହୋଇ।


ଏମିତି ଜୟନ୍ତ ଦିନେ ଟି କ୍ଳାନ୍ତ ଅବସ ହୋଇ 

ବସିଥିଲା ଜଣେ ଲୋକର ଘର ପିଣ୍ଢା ରେ ଯାଇ।

ଅସହାୟ ଜୟନ୍ତ କୁ ଯେ ସେହି ଘର ମାଲିକ 

ଘର ଭିତରକୁ ଡାକିଲେ ବୁଝି ତାହାର ଦୁଃଖ।

ବ୍ୟବସାୟ କାମେ ତାଙ୍କର ଦେଲେ ତାକୁ ଲଗାଇ

ଖୁସିରେ ଜୟନ୍ତ କରିଲା ସବୁ କାମ ଯେ ତହିଁ।


ଜୟନ୍ତ ଯୋଗୁ ସେ ଲୋକର ବ୍ୟବସାୟ ବଢ଼ିଲା 

ଆଗଠାରୁ ଲାଭ ତାହାର ପରା ଦିଗୁଣ ହେଲା।

ବ୍ୟବସାୟୀର ତ ନଥିଲେ ପୁଅ ଅବା କି ଝିଅ 

ଜୟନ୍ତ କୁ ତେଣୁ ଲୋକଟି କରୁଥିଲା ଟି ସ୍ନେହ।

ଜୟନ୍ତ କୁ ଧନ ସମ୍ପତ୍ତି ସବୁ ଦେଇ ଲୋକଟି 

ଚାଲିଗଲା ଦୂରେ ଦୂରକୁ ଦିନେ ବାନପ୍ରସ୍ତେଟି ।


ପ୍ରଭୁଙ୍କ ଦୟାରୁ ଜୟନ୍ତ ଭାଗ୍ୟ ବଦଳିଗଲା

ସୁଶିଳାର ଦୁଃଖ ଦୁର୍ଦ୍ଦଶା ତେଣେ ବଳେଇ ଗଲା ।

ଶାଶୁ ତାର ତାକୁ ପଠାଏ କାଠ ଆଣିବା ପାଇଁ 

କାଠ ସେ କରଇ ସଙ୍ଗ୍ରହ ଘୋର ବଣକୁ ଯାଇ।

ବାରଣ୍ଡାରେ ଯାଇ ଶୁଏ ସେ ପିନ୍ଧେ ଚିରା ବସନ

ପତର ରେ ଭାତ ଖାଏ ସେ ମାଜେ ସବୁ ବାସନ।


ଏମିତି ନିଇତି ସୁଶିଳା ଚଳେ ଦୁଃଖ କଷ୍ଟରେ 

ସ୍ବାମୀ ଗଲେ ଦୂରେ ଏକଲା ସେତ ଲୁହ ଢାଳେ ରେ।

ଦିନେ କାଠ ନେଇ ଆସିବା ବେଳେ ସେତ ଦେଖିଲା

ନାରୀ ମାନେ ବସି ପୂଜନ୍ତି ଜଣେ ଦେବୀ ଙ୍କୁ ଭଲା।

କାଠ ବୋଝ ରଖି ସେଇଠି ସେତ ପ୍ରଣାମ କଲା

ଦେବୀ ଙ୍କର ପୂଜା ଅର୍ଚ୍ଚନା ବସି ସେତ ଦେଖିଲା।


ନାରୀ ମାନଙ୍କୁ ତ ପଚାରି ସୁଶିଳା ଯେ ବୁଝିଲା

ଦେବୀ ହେଉଛନ୍ତି ସନ୍ତୋଷୀ ଭାରି ପ୍ରତ୍ୟକ୍ଷ ଭଲା।

ନିଷ୍ଠା ରେ ଭକ୍ତିରେ ଦେବୀ ଙ୍କୁ ଯିଏ ପୂଜା କରେଟି

ଦୁଃଖ ଦୁର୍ଦ୍ଦଶା ଯେ ତାଙ୍କର ନିଶ୍ଚେ ଦୂର ହୁଏ ଟି।

ମାଆଙ୍କର ପୂଜା ବିଧାନ ସେତ ଦେଲେ ବୁଝାଇ

ଶୁଣୁଥିଲା ବସି ସୁଶିଳା ମନ ଧିଆନ ଦେଇ ।


ଷୋଳ ଶଶୁକ୍ରବାର ସନ୍ତୋଷୀ ମାତାଙ୍କର ଏ ବ୍ରତ 

ବ୍ରତ ପାଇଁ ଧନ ନୁହେଁ ଟି ଲୋଡା ନିର୍ମଳ ଚିତ୍ତ।

ଶୁକ୍ରବାର ଦିନ ପ୍ରଭାତୁ ସାରି ନିତ୍ୟକର୍ମ ଟି

ଭକ୍ତିରେ ମାଆଙ୍କ ଆସ୍ଥାନ ସ୍ଥାପନା କରିବଟି।

କଳସ ବାସାଇ ନୈବେଦ୍ୟ ଗୁଡ ଚଣା ଯେ ଦେଇ

ମାଆଙ୍କୁ ତ ଧ୍ଯାନ କରିବ ଉପବାସ ଯେ ରହି।


ଶୁକ୍ରବାର ଦିନ ଆମ୍ବିଳ ଖଟା ଛୁଇଁବ ନାହିଁ 

ମନ୍ଦ କଥା ମନ୍ଦ ଭାବନା ମନେ ଆଣିବ ନାହଁ।

ଷୋଳ ଶଶୁକ୍ରବାର ଭକ୍ତିରେ ଏହି ବ୍ରତ ପାଳିବ 

ଶେଷ ଶୁକ୍ରବାର ଦିନ ଯେ ବାଳ ଭୋଗ କରିବ।

ପିଲାମାନଙ୍କୁ ତ ବସାଇ ସେହି ଭୋଗ ଖୋଇବ

ଖାଇବା ପରେ ଯେ ପିଲାଙ୍କୁ ନିଶ୍ଚେ ଦକ୍ଷିଣା ଦେବ।


ମାତାଙ୍କ ମହିମା ଶୁଣିଣ ଅଭାଗିନୀ ସୁଶିଳା

ଷୋଳ ଶଶୁକ୍ରବାର ପାଳିବ ମନେ ସ୍ଥିର କରିଲା ।

କାଠ ବିଡା ବିକି ସେଦିନ କିଛି ପଇସା ନେଇ

ବ୍ରତ ପାଇଁ ଯାହା ଲୋଡ଼ା ଯେ ତାହା କିଣିଲା ଯାଇ।

ଲୁଚି ଲୁଚି ଶୁକ୍ରବାର ରେ ସେତ ବ୍ରତ ପାଳିଲା

ମାତା ସନ୍ତୋଷୀଙ୍କୁ ନିଷ୍ଠା ରେ ସେତ ପୂଜା କରିଲା।


ବ୍ରତ ଶେଷ ପାଳି ଏମିତି ପାଖେଇ ଯେ ଆସିଲା

ଜୟନ୍ତ ଦିନେକ ମାଆଙ୍କୁ ସପନରେ ଦେଖିଲା।

କହିଲେ ଜୟନ୍ତ ଏଠାରେ ଅଛୁ ଖୁସିରେ ତୁହି 

ସ୍ତ୍ରୀ ତୋର ଭୋଗେ କଷଣ ତୋର ଚିନ୍ତା ଯେ ନାହିଁ।

ଫେରିଯାଇ ଶୀଘ୍ର ଘରକୁ ବୁଝ ସୁଶିଳା ବ୍ୟଥା

ଅସହ୍ୟ ହେଉଛି ତାପାଇଁ ଶାଶୁ ଯାଆ ଙ୍କ କଥା।


ସ୍ବପ୍ନ ରେ ଜୟନ୍ତ ମାଆଙ୍କୁ ତହିଁ ପ୍ରଣାମ କଲା

କହିଲା ମାଆ ଗୋ ଜଞ୍ଜାଳେ ଏଠି ପଡ଼ିଛି ଭଲା।

ମେଲିଛି ବେପାର ପସରା କେବେ ସବୁ ସରିବ

ବାକି ପଡ଼ିଅଛି ଟଙ୍କା ଯେ ସେତ କେବେ ମିଳିବ,

ଛାଡି ଚାଲିଗଲେ ମୂଳରୁ ସବୁ ବୁଡି ଯେ ଯିବ

ଅଭାବ କଷଣ ପୁଣି ଯେ ମୋର ମାଡି ଆସିବ ।


ଦୟାମୟୀ ସବୁ ଶୁଣିଣ ଦେଲେ ବାଟ ବତାଇ

କାଲି ତୁ ଖୋଲିବୁ ଦୋକାନ ମୋର ନାମକୁ ଧ୍ଯାଇ।

ସବୁ ଦରବ ତୋ ଦୋକାନୁ ବିକ୍ରି ହୋଇ ଯେ ଯିବ

ବାକି ପଡିଥିବା ଟଙ୍କା ତୋ ସବୁ ମିଳି ଯେ ଯିବ ।

ମାଆ କଥା ଶୁଣି ଜୟନ୍ତ ନିଦ ଭାଙ୍ଗି ତ ଗଲା

ଶେଯରେ ସେଇଠି ମାଆଙ୍କୁ ସେତ ପ୍ରଣାମ କଲା ।


ମାଆଙ୍କ ନିର୍ଦ୍ଦେଶ ମତେତ ପର ଦିନ ଜୟନ୍ତ 

ମାଆ ଙ୍କୁ ସ୍ମରିଣ ଦୋକାନ ତାର ଖୋଲିଲା ସେତ।

ଅଳପ ସମୟ ମଧ୍ୟରେ ସବୁ ଦରବ ତହିଁ 

ବ୍ରକ୍ରି ହୋଇ ତାର ଦୋକାନ ଗଲା ଖାଲି ଯେ ହୋଇ।

ବାକି ପଡିଥିବା ଟଙ୍କା ତ ସବୁ ଫେରି ଆସିଲା

ଗାଆଁ କୁ ଫେରିବା ପାଇଁକି ସେତ ପ୍ରସ୍ତୁତ ହେଲା।


ଘରେ ପହଞ୍ଚି ତ ଜୟନ୍ତ ଯାହା ଦେଖିଲା ତହିଁ 

ପାରିଲାନି କୋହ ସମ୍ଭାଳି ସଶିଳାକୁ ସେ ଚାହଁ।

ସାଧବାଣୀ ଆସି କହିଲା ପୁଅ କାନ୍ଦୁଛୁ କିଆଁ 

ପାଗଳିନୀ ହୋଇ ଯାଇଛି ତୋର ସ୍ତ୍ରୀ ଯେ ଚାହାଁ।

ଏଣେତେଣେ ସେତ ବୁଲୁଛି କାହାକୁ ସେ ମାନୁନି 

ଭଲ ମନ୍ଦ କିଛି କହିଲେ ସେତ କାନ ଦେଉନି।


ଶାଶୁ କଥା ଶୁଣି ସୁଶିଳା ତାର ମୁହଁ ପୋତିଲା 

ମାଆ ର କପଟ କଥାକୁ ପୁଅ ବୁଝି ପାରିଲା ।

ଜୟନ୍ତ କହିଲା ମାଆ ଲୋ ମୋର ମନ୍ଦ କପାଳ 

ହେଉ ପଛେ ସେତ ପାଗେଳୀ ସେତ ସ୍ତ୍ରୀ ଯେ ମୋର।

ସୁଶିଳା ସହିତ ରହିବି ଭାଗ୍ୟ ଆଦେରି ମୋର

ପୁରୁଣା ଖଞ୍ଜା ରେ ଗଢିବି ମୋର ନୂଆ ସଂସାର ।


ସୁଶିଳା ଜୟନ୍ତ ରହିଲେ ତହିଁ ମନ ଖୁସିରେ

ମାଆଙ୍କ ଦୟାରୁ ଅନ୍ଧାର ରାତି ପାହି ଗଲାରେ।

ଶେଷ ଶୁକ୍ରବାର ଦିନ ଯେ ଭକ୍ତି ନିଷ୍ଠା ରେ ସେତ

ସମାପନ କଲେ ଆନନ୍ଦେ ମାତା ସନ୍ତୋଷୀ ବ୍ରତ।

ପିଲା ମାନଙ୍କୁ ସେ ବସାଇ ପ୍ରସାଦ ଯେ ଖୋଇଲେ 

ଖୁସିରେ ହାତରେ ତାଙ୍କର ଦକ୍ଷିଣା ତ ଯେ ଦେଲେ।


ସାଧବ ଙ୍କ ଛଅ ବୋହୁ ଟି ଯେବେ ଦେଖିଲେ ଏହା

ଭାବିଲେ କେଉଁଠୁ ଜୟନ୍ତ ଧନ ପାଇଲା ଆହା।

ଚୋରି କରି ଧନ ସମ୍ପଦ ଆସିଅଛି ପଳାଇ

ରାଜାଙ୍କୁ କହି ତ ଚୋରକୁ ଆମେ ଦେବା ଧରାଇ।

ରାଜା ଜାଣିବାରୁ ଜୟନ୍ତ ଦରବାର କୁ ଗଲେ

ମାତା ସନ୍ତୋଷୀ ଙ୍କ କରୁଣା ସବୁ ବଖାଣି ଗଲେ ।


ସନ୍ତୋଷୀ ମାତାଙ୍କ ଦୟାରୁ ଯାଏ ଦୁଃଖ ଦୂରେଇ

ଶୁଣି ରାଜା କଲେ ପ୍ରଣାମ ଦେବ ମାତାଙ୍କୁ ତହିଁ।

ରାଜ ଦରବାରୁ ଖୁସିରେ ଜୟନ୍ତ ଯେ ଫେରିଲା

ମାତା ସନ୍ତୋଷୀଙ୍କ ମହିମା ଜଗତରେ ରଟିଲା।

ସାଧବାଣୀ ଆଉ ସଧବ ଯେବେ କଥା ଜାଣିଲେ

ସାନ ବୋହୁ କୁ ତ ଘରକୁ ଡାକି ପ୍ରଶଂସା କଲେ।


ସାଧବ ଘର ର ସମସ୍ତେ ମାତା ସନ୍ତୋଷୀ ବ୍ରତ

ଷୋଳ ଶଶୁକ୍ରବାର କରିଲେ ଭାବ ଭକ୍ତିରେ ସେତ।

ସୁଖ ସମୃଦ୍ଧି ରେ ସେ ଘର ପୁଣି ହସି ଉଠିଲା 

ସାତ ବୋହୁଙ୍କର କୋଳ ଯେ ତହିଁ ପୁରି ତ ଗଲା।

ନାତି ନାତୁଣୀ ଙ୍କୁ କୋଳେଇ ସାଧବାଣୀ ସାଧବ

ଖୁସିରେ କାଟିଲେ ସମୟ ଜପି ସନ୍ତୋଷୀ ନାମ।



Rate this content
Log in

Similar oriya poem from Abstract