STORYMIRROR

DILIP KUMAR SAHOO

Abstract

4  

DILIP KUMAR SAHOO

Abstract

ସବୁ ଭୁଲିଯାଏ ଦେଖୁଦେଖୁ ତୋତେ

ସବୁ ଭୁଲିଯାଏ ଦେଖୁଦେଖୁ ତୋତେ

1 min
45

ସବୁ ଭୁଲିଯାଏ ଦେଖୁ ଦେଖୁ ତୋତେ 

କହିବାକୁ ମନେ ଭାବିଥାଏ କେତେ 

ସବୁ ଭୁଲିଯାଏ ଦେଖୁ ଦେଖୁ ତୋତେ 

କି ମନ୍ତର କହ ଜାଣିଛୁ କାଳିଆ

ଭୁଲେଇ ଦେଉରେ ମୋତେ।


ତୋ ଆଖିରେ ମୋର ମିଶିଗଲେ ଆଖି

ଆଖିରୁ ମୋ ଲୁହ ସବୁ ଯାଏ ଶୁଖି। 

ତୋ ଆଗରେ ଟିକେ ଦୁଇ ବାହୁ ଟେକି

ନାଚିଗଲେ ଖୁସି ହୁଏ ପ୍ରାଣ ପକ୍ଷୀ।

ଆହାକି ଆନନ୍ଦ ଝରେ ମକରନ୍ଦ 

ପାଖକୁ ତୋ ଗଲେ ସତେ...


ଦୀପଟିଏ ଜାଳି ମନକରେ ଅଳି

ଦେବୁ ରେ କାଳିଆ ତୋର ପାଦ ଧୂଳି ।

ଭାବ ଭକତିରେ ସେ ଧୂଳି ମୁଁ ଗୋଳି

ଦେହ ସାରା ମୋର ନିତି ହେବି ବୋଳି।

ନିମିଷ ମାତରେ ସବୁ ଯିବି ଭୁଲି

ଜୀବନ ଯାତନା ଯେତେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract