ପାଠ ଦିଅଁ ପ୍ରଭୁ ଗଣେଶ
ପାଠ ଦିଅଁ ପ୍ରଭୁ ଗଣେଶ
ପାଠ ଦିଅଁ ପ୍ରଭୁ ଗଣେଶ
ଦିଅ ଲଡୁ ଦିଅ ଆଶିଷ
ଲଡୁ ରେ ତୁମର ଶରଧା ଭାରି
ବସିଥାଅ ସଦା ହାତରେ ଧରି
ତୁମ ଲଡୁ ପାଇ ପାଠେ ମନ ଦେଇ
ହେବୁ ମଣିଷ
ପାଠ ଦିଅଁ ପ୍ରଭୁ ଗଣେଶ ...୦..
ମାତାଙ୍କ ଆଦେଶେ ଜଗିଥିଲ ଦ୍ବାର
ଛାଡିଲନି ବାଟ ପିତାଙ୍କୁ ତୁମର
ରାଗେ ଅନ୍ଧ ହୋଇ ଚନ୍ଦ୍ରଶେଖର
କାଟି ଦେଇଥିଲେ ଶିର ତୁମର
ବିକଳେ ଜନନୀ କରିଲେ ରୋଦନ
ହୋଇ ବିରଶ
ପାଠ ଦିଅଁ ପ୍ରଭୁ ଗଣେଶ ...୧..
ସଦାଶିବଙ୍କର କ୍ରୋଧ ହେଲା ଶାନ୍ତ
ପୁତ୍ର ପ୍ରାଣ ନେଇ ହେଲେ ବିଚଳିତ
ଯୋଡିବାକୁ ମଥା ଭାବିଲେ ସେହି
କଟା ମୁଣ୍ଡ ଆଉ ମିଳିଲା ନାହିଁ
ଅସ୍ଥିର ହୋଇଣ ଦେବୀ ପାର୍ବତୀ ଯେ
କରିଲେ ରୋଷ
ପାଠ ଦିଅଁ ପ୍ରଭୁ ଗଣେଶ ...୨..
କଟା ମୁଣ୍ଡ ଆଉ ମିଳିଲାନି ଯେଣୁ
ଶିବ ଅନୁଚରେ ପଠାଇଲେ ତେଣୁ
ଚଉଦିଗେ ବେଗେ ଚଳି ଯାଅରେ
ମଣିଷ ହେଉବା ପଶୁ ହେଉରେ
ନବଜାତ ଶିଶୁ ଦେଖିଲେ ଆଣିବ
କାଟି ତା ଶିର
ପାଠ ଦିଅଁ ପାଠ ଠାକୁର..୩...
ଅନୁଚର ମାନେ ବେଗେ ଚଳିଗଲେ
ମଣିଷ ଶିଶୁ ଯେ କାହିଁ ନପାଇଲେ।
ଗୋଟିଏ ସ୍ଥାନ ରେ ଦେଖିଲେ ଯାଇ
ନବଜାତ ହାତୀ ଶାବକ ତହିଁ
ଉଛୁର ନକରି ହାତୀ ମୁଣ୍ଡ ଧରି
ହେଲେ ପ୍ରବେଶ
ପାଠ ଦିଅଁ ପ୍ରଭୁ ଗଣେଶ ..୪...
ଶିବ ଶମ୍ଭୁ ସେହି ହାତୀ ମୁଣ୍ଡ ନେଇ
ମଣ୍ଡ ହୀନ ସ୍କନ୍ଧେ ଦେଲେତ ଲଗାଇ
ଜୀବନ୍ୟାସ ପ୍ରଭୁ ତୁମେ ପାଇଲ
ମାଆଙ୍କର କୋଳ ମଣ୍ଡନ କଲ
ଗଜାନନ ଭାବେ ଗଉରୀ ନନ୍ଦନ
ହେଲ ପ୍ରକାଶ
ପାଠ ଦିଅଁ ପ୍ରଭୁ ଗଣେଶ ..୫...
ନୀଳ ଆକାଶ ରୁ ହେଲା ଫୁଲ ବୃଷ୍ଟି
ଦେବତା ଗାଇଲେ ତୁମ ଜୟ ଗୀତି
ଅଗ୍ରପୂଜ୍ୟ ଭାବେ ହୋଇଲ କ୍ଷାତ
ମୂଷିକ ବାହନ ହେ ଗଜଦନ୍ତ
ଏ ସାରା ଜଗତେ ତୂମେତ ପୂଜିତ
ହେ ଗଣାଧୀଶ
ପାଠ ଦିଅଁ ପ୍ରଭୁ ଗଣେଶ ...୬..
ବିଶ୍ଵ ବିଜୟୀ ତ ତୁମେ ପ୍ରଭୁ ହୋଇ
ପିତାଙ୍କ ଠୁ ଦିବ୍ୟ ଲଡୁ ଥିଲ ପାଇ
ପୁରାଣ ର ସେହି ଅଭୁଲା କଥା
ଭାରି ମଜା ଲାଗେ ଶ
ୁଣି ସେ ଗାଥା
ମୂଷା ପରେ ବସି ମୟୂର କୁ ଦେଲ
ହରାଇ ସେତ
ପାଠ ଦିଅଁ ପ୍ରଭୁ ଗଣେଶ ...୭..
ଥରେ ମହାଦେବ ପାର୍ବତୀ ଯେ ବସି
ଦୁଇ ଭାଇଙ୍କୁ ତ ଡାକିଲେ ସେ ହସି
କହିଲେ କାର୍ତ୍ତିକ ଗଣେଶ ଶୁଣ
ଦୁହେଁ କର ଏବେ ବିଶ୍ଵ ଭ୍ରମଣ
ଯିଏ ଆଗ ଆସି ପହଞ୍ଚିବ ତାକୁ
ଲଡୁ ମିଳିବ
ବୁଦ୍ଧିଆ ସେ ଜଣା ପଡିବ...୮..
ମୟୂର ପିଠିରେ କାର୍ତ୍ତିକ ବସିଣ
ଆରମ୍ଭ କରିଲେ ବ୍ରହ୍ମାଣ୍ଡ ଭ୍ରମଣ
ତୁମେ ତ ମୂଷିକ ବାହନେ ବସି
ପିତାମାତା ଚଉ ପାଶ ରେ ହସି
ବୁଲି ଆସି ଆଗ କରିଲି କହିଲ
ଭ୍ରମଣ ଶେଷ
ପାଠ ଦିଅଁ ପ୍ରଭୁ ଗଣେଶ ...୯..
ପିତାମାତା ଙ୍କୁ ତ କହିଲ ବୁଝାଇ
ଏ ବିଶ୍ୱ ବ୍ରହ୍ମାଣ୍ଡ ତୁମେ ତ ମୋ ପାଇଁ
କିମ୍ପା ଯାଇଥାନ୍ତି ଦୂରକୁ କୁହ
ଭ୍ରମିଲି ମୁଁ ଆଗ ଲଡୁଟି ଦିଅ
ବୁଦ୍ଧିମାନ ବୁଦ୍ଧି ବଳେ କଲ ପିତା
ମାତାଙ୍କୁ ତୋଷ
ପାଠ ଦିଅଁ ପ୍ରଭୁ ଗଣେଶ ...୧୦..
ଶୁଣି ମାତା ଙ୍କର ନୁପୁର ଶବଦ
ସଙ୍ଗୀତ ରେ ହେଲ ତୁମେ ବିଶାରଦ
ପିତାଙ୍କ ଡମ୍ବରୁ ଶବ୍ଦ ଶୁଣିତ
ଚାରି ବେଦ ପ୍ରଭୁ କଲ ଆୟତ
ବିଦ୍ୟାର ଭଣ୍ଡାର ତୁମରି ଉଦର
ହେ ଗଣ ଈଶ
ପାଠ ଦିଅଁ ପ୍ରଭୁ ଗଣେଶ ...୧୧..
ଗିରିଜା ନନ୍ଦନ ଗଜେନ୍ଦ୍ର ବଦନ
ବଡ ବଡ ଆଖି ବଡ ବଡ କାନ
ଚାରିଆଡେ ଆଜି ତୁମରି ପୂଜା
ସ୍କୁଲ କ୍ଲବ ସବୁ ହୋଇଛି ସଜ୍ଜା
ତୁମ ଜନ୍ମ ଦିନ ନାଚେ ଆମ ମନ
ଆହେ ବିଘ୍ନେଶ
ପାଠ ଦିଅଁ ପ୍ରଭୁ ଗଣେଶ ...୧୨
ରାତି ନପାହୁଣୁ ଗାଆଁ ସାରା ବୁଲି
କେତେ ଜାତି ଫୁଲ ଆଣି ଅଛୁ ତୋଳି
କୁନି ହାତେ ଆମ ଗୁନ୍ଥିଛୁ ହାର
ଗଳାରେ ଦିଶିବ ଭାରି ସୁନ୍ଦର
ପୁଷ୍ପାଞ୍ଜଳି ଦେଇ ତୁମ ଶ୍ଳୋକ ଗାଇ
ହେବୁ ହରଷ
ପାଠ ଦିଅଁ ପ୍ରଭୁ ଗଣେଶ ...୧୩..
ତୁମରି ଆଶିଷେ ପାଠେ ରହେ ଲୟ
କଠିନ ବିଷୟେ ରହେ ନାହିଁ ଭୟ
ତୁମରି ଦୟାରେ ହେ ଗଜାନନ
ବିଦ୍ୟା ମହାଧନ କରି ଅର୍ଜନ
ଦିଗ ଚଉଦିଗ ମହକାଇ ଦେବୁ
ରଖିବୁ ଯଶ
ପାଠ ଦିଅଁ ପ୍ରଭୁ ଗଣେଶ ...୧୪..