ଶ୍ରୀ ଜଗନ୍ନାଥ ସବୁରି ମୂଳରେ
ଶ୍ରୀ ଜଗନ୍ନାଥ ସବୁରି ମୂଳରେ
କେତେ ମତ କେତେ ବ୍ରତ କେତେଯେ ତତ୍ତ୍ୱ
ସବୁରି ମୂଳରେ ପ୍ରଭୁ ଶ୍ରୀଜଗନ୍ନାଥ ।
ମହାପ୍ରଭୁ ମହାଶକ୍ତି ଶିବ ତୁମେ ଶାକ୍ତ
ତାନ୍ତ୍ରିକର ମନ୍ତ୍ର ତନ୍ତ୍ର ଯନ୍ତ୍ରେ ବିରାଜିତ
ଶ୍ରୀମନ୍ଦିର ତନ୍ତ୍ର କ୍ଷେତ୍ର ତନ୍ତ୍ର ଶାସ୍ତ୍ର ଘୋଷେ
କାଳ କରାଳ ରୂପରେ କଳା ମୁଖ ଦିଶେ
ଅଷ୍ଟ ଶମ୍ଭୁ ଅଷ୍ଟ ଶକ୍ତି
ତଉପାସେ ଘେରିଛନ୍ତି
ଶିବ ଶକ୍ତି ଉପାସନା
ପତିତପାବନ ବାନା
ଭକତେ ଖୋଜନ୍ତି ଶାନ୍ତି ମୁକ୍ତି ର ପଥ
ସବୁରି ମୂଳରେ ପ୍ରଭୁ ଶ୍ରୀଜଗନ୍ନାଥ ।।
ତନ୍ତ୍ର ଶାସ୍ତ୍ରେ ଜଗନ୍ନାଥ ଭୈରବ ହେ ନିଜେ
ବିମଳା ରୂପରେ ମାତା ଭୈରବୀ ଗୋ ବିଜେ
ଅଗ୍ନି କୋଣ ବଟ ମୂଳେ ମା ବଟ ମଙ୍ଗଳା
ବାୟୂକୋଣେ ବିରାଜନ୍ତି ମା ସର୍ବ ମଙ୍ଗଳା
ଅର୍ଦ୍ଧ ଶୋଷିଣୀ ଉତ୍ତରେ
କାଳରାତ୍ରୀ ଯେ ଦକ୍ଷିଣେ
ପୂର୍ବ ଦିଗେ ମରିଚିକା
ନୈରୁତରେ ଚଣ୍ଡରୂପା
ଆଲାମଚଣ୍ଡୀ ଇଶାଣ କୋଣେ ପୂଜିତ
ସବୁରି ମୂଳରେ ପ୍ରଭୁ ଶ୍ରୀଜଗନ୍ନାଥ ।।
ଅଷ୍ଟ ଶମ୍ଭୁ ପ୍ରଭୁଙ୍କର ସାଥୀ ସହୋଦର
ନୀଳକଣ୍ଠ ଯମେଶ୍ବର ଶ୍ରୀ ମାର୍କଣ୍ଡେଶ୍ୱର
ବଟେଶ ମହେଶ ପ୍ରଭୁ ଶ୍ରୀ ଇଶାନେଶ୍ବର
କପାଳ ମୋଚନ ଦେବ ପ୍ରଭୁ ବିଲ୍ବେଶ୍ବର
ପୁଣିଯେ ଅଛନ୍ତି ଚଣ୍ଡୀ
କମଳା କୁତାମଚଣ୍ଡୀ
ଖମ୍ବ କାଳୀ ବେଢାକାଳୀ
ମଶାଣୀ ଚଣ୍ଡୀ ବାଶେଳି
ସେହି ଶିବ ସେହି ଶକ୍ତି ମୁକ୍ତି ମାର୍ଗତ
ସବୁରି ମୂଳରେ ପ୍ରଭୁ ଶ୍ରୀଜଗନ୍ନାଥ ।।
