STORYMIRROR

PRIYARANJAN SAHOO

Abstract

3  

PRIYARANJAN SAHOO

Abstract

କବିତାର ଦୁଃଖ

କବିତାର ଦୁଃଖ

1 min
147


ସ୍ଵୀୟ ସର୍ଜ୍ଜନାର ପରେ ପରେ

ଖୋଜିବୁଲେ ସେ ସୁପାତ୍ର

ସ୍ଵୟଂବର ଅଭିନିବେଶତାରେ...

ବାନ୍ଧିବାକୁ ସନ୍ତୋଷଦାୟୀ ବନ୍ଧନ

ସେଇ ଖୋଜାଖୋଜିରେ

ଆତତାୟୀ ବାହୁବଳୀ ଧସେଇ ପଶନ୍ତି

ଖିନଭିନ କରିବାକୁ ସୃଜନୀର କୋମଳାଙ୍ଗ

ଧସେଇ ପଶନ୍ତି ପୌନଃପୁନିକ ଭାବେ

ବିଦାରିବାକୁ ନବଜନ୍ମାର ସ୍ୱରୂପ

ରୁକ୍ଷତାର ମନ୍ତ୍ରଧ୍ୟାୟୀ ପୂର୍ବକ...!!

ଓହୋଃ ! ଉଦ୍ଭ୍ରାନ୍ତ ନିଦାଘରେ

ଆତ୍ମବଳ ବି ଝାଉଁଳିପଡ଼େ କିଞ୍ଚିତ ଭାବରେ

ମିଥ୍ୟା ପ୍ରତିଶ୍ରୁତିର ଆଳରେ

ଭ୍ରାମ୍ୟମାଣତାକୁ ଆଦରି

ମୁଷ୍ଟିମେୟ ବି ପାଲଟି ଯାଆନ୍ତି

ଆଗଧାଡ଼ିର ସ୍ରଷ୍ଟା

ଆଗେଇଯାଇ ସାଉଁଟନ୍ତି ଉପଢ଼ୌକନ

ନିଜେ ଆବୃତ୍ତ ହୋଇଯାଆନ୍ତି

ଅଣ-ପାରିଶ୍ରମିକତାର ଉତ୍ତରୀୟ ଦ୍ଵାରା...!

ଊଣା ହୋଇଯାଏ ନବକଳିକାର ମନ

ସେ ବି ଅସହାୟ !

କାହାକୁ ବା ଏକଥା ବଖାଣିବ

ସେ ପରା କବିତା

ସ୍ଵକୀୟ ଢଙ୍ଗରେ

ସାବଲୀଳତାର ପଥେ

ଅଙ୍କୁରିତ ଶାଖା...!

ତଥାପି ତା' ସହ ଘଟୁଥିବା

ଅକୁହା-ଅଣ-ଆକାଂକ୍ଷିତ

ଘଟଣାଗୁଚ୍ଛ....!

ଯାହାକି ତା' ଭାଗ୍ୟରେ

ଲିପିବଦ୍ଧ ହୋଇ ରହିଯାଏ

ଚିରଦିନ...

   ..."କବିତାର ଦୁଃଖ"...!!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract