Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRIYARANJAN SAHOO

Others

4.0  

PRIYARANJAN SAHOO

Others

ଚତୁର୍ଥ ମାଙ୍କଡ଼

ଚତୁର୍ଥ ମାଙ୍କଡ଼

1 min
329


ସ୍ୱାଗତଯୋଗ୍ୟ ହୋଇଛି ଇ-ଦୁନିଆଁର ପ୍ରଶସ୍ତି

 ସାଥିରେ ତା'ର ପ୍ରତି ପଦକ୍ଷେପ

ନ ହେବ ବା କେମିତି ?

ସେ ପରା ଜୀବନର ଅବିଚ୍ଛେଦ୍ୟ ଅଙ୍ଗ

  ଜୀବିକାର ବିବର୍ତ୍ତିତ ତରଙ୍ଗ...!

ବାସ୍ , ଖାଲି ଅଣ-ଅବିଚ୍ଛେଦ୍ୟ 

  ସେ ବାସ୍ତବ ଜୀବନକଳା...!

ଇ-କ୍ଷେତ୍ରରେ ନିତ୍ୟ ଗବେଷଣା

ନିଷ୍କର୍ଷ କିନ୍ତୁ ନିଜୋଚିତ ସନ୍ଦର୍ଭ ରଚନା...!

ଜୀବନର ସଉଦା ବିନା ପାଉଣାରେ

  କରିବାକୁ ପଣ ତା'ର...।

ଜୀବନ ଓ ଯୌବନ

ତା' ଚର୍ଯ୍ୟାରେ ସବୁ ତା' ଅଧୀନ

ତା' ଚାହିଦା ତ ଉପଲବ୍ଧ ନା !!

ଏକ ଅଣବାସ୍ତବାୟିତ ଜୀବନାୟନରେ

  ସ୍ୱବନ୍ଧିତ ସେ.....

ବୋଧହୁଏ ସେ ହିଁ ଏ କାଳର 'ମଣିଷ'..

କାଳ ସହ ତାଳ ଦେଇ ଚାଲିଛି ପରା ସେ...

ସବୁ ଦେଖେ

ଘଟୁଥିବା ଘଟଣାକୁ ପରଖେ

ସବୁକୁ ଅଣଦେଖାର ତାଲିକାଭୁକ୍ତ କରିଦିଏ ।

ସେ ତ ସବୁବେଳେ ବ୍ୟସ୍ତ ନା

ନିଜକୁ ନେଇ ମତୁଆଲ ହୋଇଯାଏ

ଭଲ-ମନ୍ଦର ବିଚାର ନ କରି

  ଦେଖେ.....

  ଶୁଣେ.....

  କୁହେ.....

    ତା' ମନ ମାଫିକ୍

ସେ ତ ନିଜ ମନର ଦାସ..

ସେଇ ଦେଖା-ଶୁଣା-କୁହାକୁ ଫେଣ୍ଟିଦେଇ

  ପାଲଟି ଯାଇଛି ସେ...

  ଏ ଯୁଗର ଅଭିନ୍ନ- ଅନନ୍ୟ- 

    -- "ଚତୁର୍ଥ ମାଙ୍କଡ଼" --....!!



Rate this content
Log in