"ନବମ ବିବାଦ..."
"ନବମ ବିବାଦ..."
"ନବମ ବିବାଦ..."
(ବୁଦ୍ଧ ଜୟନ୍ତୀର ମହାର୍ଘ ପର୍ବ ତଥା ନବମ ଅବତାର ସମ୍ବଳିତ ବିବାଦକୁ ଆଧାର କରି ନିଜସ୍ଵ ଅନୁଭବ ସମ୍ବଳିତ ରଚନା..)
_______________________________________
ବିବାଦ ବିବାଦ...
ନିଆରା ବିବାଦ ପୁଣି ତୁମକୁ ନେଇ
ତୁମ ଆକାର, ଅସ୍ତିତ୍ବକୁ ନେଇ
ଭିନ୍ନ ହୋଇ ଯାଆନ୍ତି କିଛି
ସାରା ବସୁଧାର ସୁନ୍ଦର କୁଟୁମ୍ବଭିତରୁ...
ବିବାଦ କେବଳ ତୁମକୁ ନେଇ
ତୁମର କିଛି ସାକାରପଣକୁ ପଣ୍ୟ କରି
ନିଷ୍କର୍ଷ ନ ଆଣି ପରି
ଘାଣ୍ଟି ହୁଅନ୍ତି ନିଜ ନିଜ ଭିତରେ...!
ନା ତୁମକୁ ପାଆନ୍ତି..
ନିଜ ଭିତରେ ଅଥବା ଦାରବୀ ତନୁରେ
କପିଳବସ୍ତୁ ହେଉ କି ନୀଳକନ୍ଦରରେ...
ତୁମେ ଥାଅ ସତ
କିନ୍ତୁ ଏମାନଙ୍କ ଭିତରେ ନ ଥାଅ କି?
ତାହେଲେ ଅନୁଭବ କରି ପାରନ୍ତିନି କେମିତି..
ତୁମର ସ୍ୱରୂପ, ତୁମର ବାସ୍ତବତାକୁ...
ତୁମେ ପାଲଟି ଯାଅ ବିବାଦୀୟ
ପରନ୍ତୁ ସର୍ବ ଶକ୍ତିମାନ ହୋଇ ଥାଇବି..!
ତୁମକୁ ନେଇ ନବରସ, ନବଧା ଭକ୍ତି
ତୁମକୁ ନେଇ ଦଶ ଅବତାର...
ଘାଟ ମଝିରେ କୂଳ ପାଇଁ ବ୍ୟାକୁଳ ହେବା
ଆଜିର ସଂକଳ୍ପ ହେଇଯାଇଛି ଯେମିତି..।
ସମସ୍ତେ ତୁମକୁ ନେଇ ତାରକା ଏବେ
କିନ୍ତୁ ନବମ ବିବାଦ ବଳବତ୍ତର....
ଅଦ୍ୟାବଧି, ଚାଲୁଥିବ ବୋଧେ...!
ତୁମେ ଯିଏ ବି ହୋଇଥାଅ
କେବଳ ଅନୁଭବର ଠାକୁର
ଭାବର ଶାଶ୍ଵତ, ଚିରଜାଗ୍ରତ ଅନନ୍ତ ପରିପ୍ରକାଶ..
ନବମ ସ୍ଥାନର ନବନୀତ ଜୀବନ୍ତ ଆଭାସ ତୁମେ...!!
ଡଃ ପ୍ରିୟରଞ୍ଜନ ସାହୁ
ଭୁବନେଶ୍ବର
