Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRIYARANJAN SAHOO

Abstract

4  

PRIYARANJAN SAHOO

Abstract

ବିଦ୍ୟା ମହାମାୟୀ

ବିଦ୍ୟା ମହାମାୟୀ

1 min
354



ଆଗୋ ମା ଭାରତୀ ବିଦ୍ୟା ଭଗବତୀ

      ଋତୁରାଜ ପକ୍ଷ ଧରି 

ବିଦ୍ୟା ମହାଦାନେ  ଅବିଦ୍ୟା ନାଶନେ

     ଆସ ଗୋ ମା ଅବତରି !


ଆଗୋ ଦେବୀ ବାଣୀ  ଶ୍ୱେତ ପଦ୍ମାସିନୀ

   ଶୁଭ ବିପଞ୍ଚୀର ରାଗେ 

କର ବାରେ ଦୟା  ବିଦ୍ୟା ମହାମାୟା

   ଜୀବେ ଜ୍ଞାନ ପରାଭବେ !


ଅଭୟଦାୟିନୀ  ଅଜ୍ଞାନନାଶିନୀ

   ହୁଅ ମା ବାରେ ସଦୟ

ତୁମ୍ଭ ଆଶୀର୍ବାଦେ  କ୍ଷୁଦ୍ର ଏଇ ହୃଦେ

   ଭରୁ ବିଦ୍ୟା ଓ ବିନୟ !


ଶ୍ୱେତ ପଦ୍ମଗନ୍ଧେ  ମର ନବରନ୍ଧ୍ରେ

   ପ୍ରବେଶୁ ପବିତ୍ରଧାରା

ଚକ୍ଷୁ ଉନ୍ମୀଳନେ  ତବ ମହାଦାନେ

   ଦେଖେ ଧରା ସସାଗରା !


ଦୟା ବହି ବାରେ  ଦୀନ ଜିହ୍ୱାପରେ

   ଥାପିଦ୍ୟନ୍ତ ଶୀରିପଦ

ଜ୍ଞାନ ଅଙ୍କୁରଣେ  ସତ୍ୟର ବାଦନେ

   ମୁଖ ହ୍ୱନ୍ତା ଗଦଗଦ !



Rate this content
Log in

Similar oriya poem from Abstract