STORYMIRROR

PRIYARANJAN SAHOO

Others

3  

PRIYARANJAN SAHOO

Others

ସତ୍ୟ ଶରଶଯ୍ୟା

ସତ୍ୟ ଶରଶଯ୍ୟା

1 min
395

ଏବେ ବି ମୁଁ 'ମୁଁ' ରେ ବଞ୍ଚିଛି

ମନମତ୍ତ ହସ୍ତିନାର ଦ୍ୱାହି ଦେଇ

ସର୍ବଗ୍ରାସୀ, ସର୍ବନାଶୀ ପ୍ରତିଜ୍ଞାକୁ ନେଇ..!

ମୁଁ ବି ଅଂଶୀଦାର ମହାଭାରତର

   ପୁନଃ ନିୟତ ସଂରଚନାରେ

   ତଥାକଥିତ ଗାଦି ସଂରକ୍ଷଣରେ..!

କରିଦିଅନ୍ତା କି କିଏ ଶରଶଯ୍ୟା

ଅନାୟାସେ ଲୋଟିଯାନ୍ତି ତେଜିଦେଇ ଲଜ୍ଜ୍ୟା

କୃତକର୍ମର କରନ୍ତି ପ୍ରାୟଶ୍ଚିତ...

କରିଦ୍ୟନ୍ତି ଅବା ପୂଣ୍ୟରୁ କିଞ୍ଚିତ..!

ଧିକ୍ ଏ ନୟନ...

ଦେଖିଥିଲା 'ଶ୍ରୀ'ର ଚିରହରଣ

ଅକ୍ଷମ ଯେ କରିବାରେ ଲଜ୍ଜ୍ୟା ନିବାରଣ..!

ଏ କି'ବା ଅନୁଶାସନ ??

ଚିରଦଗ୍ଧ ହୁଏ ନାରୀ ନ ପାଇ ସମ୍ମାନ..

ଅଦୃଶ୍ୟ ଶାପେ ଶୂନ୍ୟ ହୁଏ ହସ୍ତିନା ଅଙ୍ଗନ..l

ଶର କ୍ଷେପଣେ ...

ନିଗିଡ଼ି ଯାଆନ୍ତା ଯାବତୀୟ ଅସତ୍ୟର ରକ୍ତ

ହୁଅନ୍ତି ଏ ଦ୍ୟୁତ ଚୌହଦୀରୁ ମୁକ୍ତ

ପାବନୀ ଟେକି ଦିଅନ୍ତେ ଅମୃତର ଧାରା

ଆଘ୍ରାଣେ ବି ପାଇଯାନ୍ତି ସସାଗରା..

ଦିବାନିଶି ମେଞ୍ଚେ ମେଞ୍ଚେ କରୁଛି ଅପେକ୍ଷା

ସତ୍ୟଧାରୀ କରନ୍ତା କେ ଚିରଦିନ...

...... ସତ୍ୟ ଶରଶଯ୍ୟା.....!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍