STORYMIRROR

PRIYARANJAN SAHOO

Others

3  

PRIYARANJAN SAHOO

Others

ନୂଆ ବରଷ

ନୂଆ ବରଷ

1 min
150

ଆସିଛି ବରଷ ଭରିବ ହରଷ

ସେ ଆଶେ ସର୍ବ ଜନତା

ଅଭିନବ ରଙ୍ଗେ ଜୀବନର ମଙ୍ଗେ

ଆଣିବ ନୂଆ ବାରତା....


ହସିବ ପରାଣ ତୋଷି ଜନମନ

ହୋଇ କର୍ମ ତତପର

ନିଜେ ରହି ସୁଖେ ମଧୁମଖା ମୁଖେ

ବଚନେ ମଧୁ ନିର୍ଝର....


ଆଣିବ ସପନ ସ୍ୱlର୍ଥେ ଅବସାନ

ପରୋପକାରେ ବିଜୟ

ଉନ୍ନତିର ରଥେ ଶଙ୍କାହୀନ ପଥେ

କରିବ ଶକ୍ତି ସଞ୍ଚୟ.....


ଅଗଣିତ ପ୍ରାଣେ ସାଧି ପ୍ରାଣପଣେ

ଢାଳିବ ନବ ଉଲ୍ଲାସ

ଶାନ୍ତି ଆକର୍ଷଣେ ଶୋକ ବିକର୍ଷଣେ

ଭରି ଜୀବନୀୟ ରସ.....



Rate this content
Log in