ନୂଆ ବରଷ
ନୂଆ ବରଷ
1 min
154
ଆସିଛି ବରଷ ଭରିବ ହରଷ
ସେ ଆଶେ ସର୍ବ ଜନତା
ଅଭିନବ ରଙ୍ଗେ ଜୀବନର ମଙ୍ଗେ
ଆଣିବ ନୂଆ ବାରତା....
ହସିବ ପରାଣ ତୋଷି ଜନମନ
ହୋଇ କର୍ମ ତତପର
ନିଜେ ରହି ସୁଖେ ମଧୁମଖା ମୁଖେ
ବଚନେ ମଧୁ ନିର୍ଝର....
ଆଣିବ ସପନ ସ୍ୱlର୍ଥେ ଅବସାନ
ପରୋପକାରେ ବିଜୟ
ଉନ୍ନତିର ରଥେ ଶଙ୍କାହୀନ ପଥେ
କରିବ ଶକ୍ତି ସଞ୍ଚୟ.....
ଅଗଣିତ ପ୍ରାଣେ ସାଧି ପ୍ରାଣପଣେ
ଢାଳିବ ନବ ଉଲ୍ଲାସ
ଶାନ୍ତି ଆକର୍ଷଣେ ଶୋକ ବିକର୍ଷଣେ
ଭରି ଜୀବନୀୟ ରସ.....
